୨ ଓ୍ବାରେଣ୍ଟି କୋର୍ଟ ଚାଲାଣ: ଜଣେ ହତ୍ୟା ମାମଲାରେ ଥିଲେ ଫେରାର, ଆଉ ଜଣେ…

ଦିଗପହଣ୍ଡି,୩୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର ୨ ଓ୍ବାରେଣ୍ଟିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦିଗପହଣ୍ଡି ଥାନା କୁକୁଡ଼ାଖଣ୍ଡି ବ୍ଲକ ମହୁଡ଼ା ଗ୍ରାମର ଲକ୍ଷ୍ମୀକାନ୍ତ ମାଝୀ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଥାଇ ଫେରାର ଥିଲେ। ବ୍ରହ୍ମପୁର ଏସ୍‌ଡିଜେଏମ କୋର୍ଟ ର ଜି.ଆର୍‌ ମାମଲା ନଂ.୧୩୧୨/୨୩ ଅନୁଯାୟୀ ଅଭିଯୁକ୍ତ ଲକ୍ଷ୍ମୀକାନ୍ତଙ୍କ ନାଁରେ ମାଜିଷ୍ଟ୍ରେଟ୍‌ ଜାମିନବିହୀନ ଗିରଫ ପରଓ୍ବାନା ଜାରି କରିଥିଲେ।

ସେହିପରି ପଦ୍ମନାଭପୁର ଗ୍ରାମର ନୀଳମାଧବ ବେହେରାଙ୍କ ନାଁରେ ଦିଗପହଣ୍ଡି ଜେଏମ୍‌ଏଫ୍‌ସି କୋର୍ଟର କେସ୍‌ ନଂ.୮/୨୪ ଅନୁଯାୟୀ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରାଯାଇଥିଲା। ଉଭୟ ଅଭିଯୁକ୍ତଙ୍କୁ ଓ୍ବାରେଣ୍ଟ ବଳରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି କିଶୋର କୁମାର ସାମଲ କହିଛନ୍ତି।

Dharitri – Odisha’s No.1 Odia Daily

Share