ଅଲୋଡ଼ା ହୋଇଛି ୨ ଭେଣ୍ଡିଂ ଜୋନ୍‌

ବ୍ରହ୍ମପୁର ଅଫିସ,୯।୧୧:ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ପକ୍ଷରୁ ବହୁ ଉନ୍ନୟନମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଯାହାଦ୍ୱାରା ସହରବାସୀ ଅନେକ କ୍ଷେତ୍ରରେ ଉପକୃତ ହୋଇପାରୁଛନ୍ତି। କିନ୍ତୁ ବିଏମ୍‌ସି ଦ୍ୱାରା ନିର୍ମାଣ କରାଯାଇଥିବା ଅନେକ ପ୍ରକଳ୍ପ ବର୍ତ୍ତମାନ ଅଲୋଡ଼ା ହୋଇ ରହିଛି। ବର୍ତ୍ତମାନ କୋର୍ଟପେଟା ମର୍ଦ୍ଦରାଜ ଭେଣ୍ଡିଂ ଜୋନ୍‌କୁ ଉଚ୍ଛେଦ କରାଯାଇ ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ଉନ୍ନତୀକରଣ ପାଇଁ ନିଷ୍ପତ୍ତି ହୋଇଛି। ଏହି ସ୍ଥାନରୁ ବ୍ୟବସାୟୀଙ୍କୁ ସ୍ଥାନାନ୍ତର ପାଇଁ ଅସ୍ଥାୟୀ ଭାବେ କମାପଲି ଓଭରବ୍ରିଜ୍‌ ତଳେ ଜାଗା ଦିଆଯାଇଛି। କିନ୍ତୁ ସହରରେ ଏଭଳି କିଛି ଭେଣ୍ଡିଂ ଜୋନ୍‌ ଅଛି, ଯାହା ବର୍ତ୍ତମାନ ଅବହେଳିତ ଓ ଅଲୋଡ଼ା ଅବସ୍ଥାରେ ରହିଛି। ଫଳରେ ବ୍ୟବସାୟୀଙ୍କ ଉଦ୍ଦେଶ୍ୟରେ ନିର୍ମିତ ଭେଣ୍ଡିଂ ଜୋନ୍‌ଗୁଡିକ ବର୍ତ୍ତମାନ ଅଦରକାରୀ ହୋଇପଡିଛି। ବିଜୁ ପଟ୍ଟନାୟକ ପାର୍କ ନିକଟରେ ଥିବା ଭେଣ୍ଡିଂ ଜୋନ୍‌ ଏହାର ଉଦାହରଣ ପାଲଟିଛି। ଉକ୍ତ ଭେଣ୍ଡିଂ ଜୋନ୍‌ ୨୦୧୯ରେ ୧୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା। ଗିରି ମାର୍କେଟଠାରୁ ହନୁମାନ ମନ୍ଦିର ରାସ୍ତା ପାର୍ଶ୍ୱରେ ବସୁଥିବା ବ୍ୟବସାୟୀଙ୍କ ଥଇଥାନ ନିମନ୍ତେ ଏହା ନିର୍ମାଣ ହୋଇଥିଲା। ବିଶେଷକରି ଉକ୍ତ ଭେଣ୍ଡିଂ ଜୋନ୍‌ରେ ଆମିଷ ବଜାର ପାଇଁ ଲକ୍ଷ୍ୟ ରଖାଯାଇଥିଲା, ଯାହାକୁ ୨୦୧୯ ସ୍ବାୟତ୍ତ ଶାସନ ଦିବସରେ ଉଦ୍‌ଘାଟନ କରାଯାଇଥିଲା। କିନ୍ତୁ ଆଜକୁ ୩ ବର୍ଷ ବିତିଥିଲେ ସୁଦ୍ଧା ଆଜିଯାଏ କୌଣସି ବ୍ୟବସାୟୀ ଏଠାକୁ ସ୍ଥାନାନ୍ତର ହୋଇନାହାନ୍ତି। ଫଳରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଭେଣ୍ଡିଂ ଜୋନ୍‌ ଅଦରକାରୀ ହୋଇପଡ଼ିଛି। ସେହିଭଳି ଅନ୍ୟ ଏକ ଭେଣ୍ଡିଂ ଜୋନ୍‌ ହେଉଛି ଗୋକର୍ଣ୍ଣେଶ୍ୱର ମନ୍ଦିର ପାର୍ଶ୍ୱ ରାସ୍ତାରେ ଥିବା ଖୋଲା ଭେଣ୍ଡିଂ ଜୋନ୍‌। ଏହି ଜୋନ୍‌ଟି ୨୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବେଳେ ୨୦୧୯ରେ ଉଦ୍‌ଘାଟିତ ହୋଇଥିଲା। ଉଦ୍‌ଘାଟନ ପରଠୁ ଏଠାରେ କୌଣସି ବ୍ୟବସାୟୀ ବ୍ୟବସାୟ କରୁ ନ ଥିବା ଦେଖିବାକୁ ମିଳିଛି।
ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ୍‌ ପକ୍ଷରୁ ରାସ୍ତା ପାର୍ଶ୍ୱରେ ବସୁଥିବା ବ୍ୟବସାୟୀଙ୍କୁ ତାଗିଦ ପରେ ବର୍ତ୍ତମାନ କେବଳ ଫୁଲ ବ୍ୟବସାୟୀମାନେ ହିଁ ବ୍ୟବସାୟ କରୁଛନ୍ତି। କିନ୍ତୁ କୌଣସି ପରିବା ବ୍ୟବସାୟୀ ଉକ୍ତ ସ୍ଥାନରେ ବେପାର କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ବିଏମ୍‌ସି ପକ୍ଷରୁ ଭେଣ୍ଡିଂ ଜୋନ୍‌ ସଫେଇ ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ବ୍ୟବସାୟ ପାଇଁ ସେଠାକୁ ଯାଉ ନ ଥିବା ବହୁ ବ୍ୟବସାୟୀ ପ୍ରକାଶ କରିଛନ୍ତି। ଅନ୍ୟପଟେ ବର୍ତ୍ତମାନ ବିଏମ୍‌ସି ପକ୍ଷରୁ ମର୍ଦ୍ଦରାଜ ଭେଣ୍ଡିଂ ଜୋନ୍‌ର ଉନ୍ନତୀକରଣ ଯୋଜନାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଏମ୍‌ସି ପକ୍ଷରୁ ଭେଣ୍ଡିଂ ଜୋନ୍‌ର ଉନ୍ନତୀକରଣ ପରେ ବ୍ୟବସାୟୀମାନେ ଯଦି ସ୍ଥାନାନ୍ତର ନ ହୁଅନ୍ତି ତେବେ ଅନ୍ୟ ଭେଣ୍ଡିଂ ଜୋନ୍‌ ଭଳି ଏହା ମଧ୍ୟ ଅଦରକାରୀ ଓ ଅଲୋଡ଼ା ହୋଇଯିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏ ନେଇ ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଅଧିକାରୀ ତରୁଣକାନ୍ତଙ୍କ ସହ ଯୋଗାଯୋଗ ବେଳେ ସେ କହିଛନ୍ତି, ଆସନ୍ତା ୧୦ ତାରିଖରେ ଖାଲିପଡ଼ିଥିବା ଭେଣ୍ଡିଂ ଜୋନ୍‌ଗୁଡ଼ିକୁ ବ୍ୟବସାୟୀଙ୍କୁ ସ୍ଥାନାନ୍ତର ନେଇ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ଯୁଦ୍ଧ ଭିତରେ ପାକିସ୍ତାନର ବଡ଼ ଗେମ୍‌! ୩ଦେଶକୁ ଏକାଠି କରି…

ଇସଲାମାବାଦ,୨୯।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ଏହି ସପ୍ତାହାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆୟୋଜନ କରିବାକୁ ଯାଉଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri