ଜାନୁୟାରୀ ସୁଦ୍ଧା ୨ ଟିକା

ନୂଆଦିଲ୍ଲୀ, ୮।୧୨: ଜାନୁୟାରୀ ସୁଦ୍ଧା ଭାରତରେ ୨ଟି ଟିକା ଏବଂ ଏପ୍ରିଲ୍‌ ଶେଷ ବେଳକୁ ୪ଟି ଟିକା ଉପଲବ୍ଧ ହେବା ନେଇ ସରକାର ଆଶାବାଦୀ ଅଛନ୍ତି। ଅକ୍ସଫୋର୍ଡ ଏବଂ ଅଷ୍ଟ୍ରାଜେନିକା ପ୍ରସ୍ତୁତ କରୁଥିବା କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍‌ର କୋଭାକ୍ସିନ ଜାନୁୟାରୀରେ ମିଳିପାରେ। ଜୁଲାଇ ବେଳକୁ ଦେଶର ୩୦ କୋଟି ଲୋକଙ୍କ ପାଇଁ ଟିକା ଉପଲବ୍ଧ ହୋଇପାରିବ ବୋଲି କୁହାଯାଇଛି। ଇତିମଧ୍ୟରେ କୋଭିଶିଲ୍ଡ ଏହାର ଜରୁରୀ ବ୍ୟବହାର ପାଇଁ ଆବେଦନ କରିଥିବାବେଳେ ପରୀକ୍ଷା ସଫଳ ହେବା ପରେ ଜାନୁୟାରୀ ଶେଷ କିମ୍ବା ଫେବୃୟାରୀ ଆରମ୍ଭରେ କୋଭାକ୍ସିନ ଏଥିପାଇଁ ଆବେଦନ କରିବ। ଫାଇଜର କରିଥିବା ଆବେଦନ ଉପରେ ସରକାର ବିଚାର କରୁଛନ୍ତି। ଏହି ୩ ଟିକାକୁ ବାଦ୍‌ ଦେଲେ ରୁଷିଆର ସ୍ପୁଟ୍‌ନିକ ଭି ଏପ୍ରିଲରେ ଭାରତରେ ପହଞ୍ଚତ୍ପାରେ ବୋଲି ବିଶ୍ୱାସ କରାଯାଉଛି। ଜୁନ୍‌ ଜୁଲାଇ ସୁଦ୍ଧା ଦେଶର ଅତି ଜରୁରୀ ବର୍ଗଙ୍କୁ ଟିକା ଦେବା ପାଇଁ ଯଥେଷ୍ଟ ଡୋଜ୍‌ ଉପଲବ୍ଧ ହୋଇପାରିବ ବୋଲି ଜଣାପଡିଛି।

Share