୨ ଜନଜାତି ଶିଶୁଙ୍କୁ ମିଳୁନି ଖାଦ୍ୟ

ମହାକାଳପଡ଼ା,୨୭ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଭାରତବର୍ଷରେ କୌଣସି ଶିଶୁ ଉପବାସରେ ନ ରହିବେ ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ବିପୁଳ ଅର୍ଥ ବ୍ୟୟ ହେଉଛି। ବିଶେଷ କରି ଜନଜାତି ବର୍ଗର ଲୋକମାନଙ୍କର ବିକାଶ ପାଇଁ ସରକାର କହୁଥିବାବେଳେ ଏହାର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଜନଜାତି ବର୍ଗର ଶିଶୁମାନଙ୍କ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟାଳୟରେ ପ୍ରଶାସନିକ ଅଧିକାରୀ ନିଯୁକ୍ତି ପାଇଛନ୍ତି। ମାତ୍ର ସେମାନଙ୍କ ଦାୟିତ୍ୱହୀନତା ପାଇଁ ମା’ ଛେଉଣ୍ଡ ୨ ଯମଜ ଶିଶୁ ଖାଦ୍ୟ ନ ପାଇ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତର ଶବରପଡ଼ାରେ। ମା’ ଛେଉଣ୍ଡ ୨ ଯମଜ ଶିଶୁ କାଞ୍ଚନ ଭକ୍ତାଙ୍କ ଘରେ ଜେଜେ ମା’ଙ୍କ କୋଳରେ ଆଶ୍ରା ନେଇଛନ୍ତି।
ମୟୂରଭଞ୍ଜ ଜିଲା ବାରିପଦା ଅଞ୍ଚଳର ଅଞ୍ଜଳି ଭକ୍ତା (୪୫)ଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଗଲା ପରେ ପୁଅ ବାମନଙ୍କ ସ୍ତ୍ରୀ ନୀଳିମା ଭକ୍ତା ୨ ଯମଜ ସନ୍ତାନ ଜନ୍ମ ଦେଇଥିଲେ। ୩ ମାସ ପରେ ନୀଳିମା ଆରପାରିକୁ ଚାଲିଗଲେ। ନିରାଶ୍ରୟା ଅଞ୍ଜଳି ନିଜର ବାପ ଘର ମହାକଳପଡ଼ା ବ୍ଲକ ଶବରପଡ଼ାକୁ ବର୍ଷେ ପୂର୍ବେ ଆସି ଭାଉଜ କାଞ୍ଚନଙ୍କ ପାଖରେ ଆଶ୍ରା ନେଇଛନ୍ତି। ଭାବିଥିଲେ ଶାଶୁ ଘର ଅପେକ୍ଷା ବାପଘରେ ଭଲରେ ଚଳିବେ। ତେବେ ବାପଘରେ ପହଞ୍ଚତ୍ଲା ପରେ ଅଞ୍ଜଳିଙ୍କ ଦୁଃଖ ୨ଗୁଣ ହୋଇଗଲା। କାରଣ ବାପଘରେ ଖାଇବାକୁ ଖୁଦ ମୁଠେ ନ ଥିବାରୁ ଅଞ୍ଜଳିଙ୍କ ପକ୍ଷେ ଚଳିବା କଷ୍ଟକର ହୋଇପଡ଼ୁଛି। ତେବେ ଏହି ୨ ଯମଜ ନାତୁଣୀନାତିଙ୍କ ମୁହଁରେ ଆହାର ଦେବାକୁ ଚିନ୍ତା ଘାରିଛି। ଅପରପକ୍ଷରେ ଅଞ୍ଜଳିଙ୍କ ପୁଅ ବାମନ ଦାଦନ ଖଟିବାକୁ ବାହାରକୁ ଯାଇଛନ୍ତି। ହେଲେ ପୁଅ ସହ ଆଉ ଯୋଗାଯୋଗ ହୋଇପାରିନାହିଁ ବୋଲି ମା’ ଅଞ୍ଜଳି କହିଛନ୍ତି। ଅଞ୍ଜଳି ବହୁ କଷ୍ଟରେ ଚଳୁଥିବା ବେଳେ ୨ଯମଜ ଶିଶୁଙ୍କ ମୁହଁରେ ମୁଠାଏ ଆହାର ଦେବାକୁ ସକ୍ଷମ ନୁହନ୍ତି। ଅପରପକ୍ଷରେ ଦେଢ଼ବର୍ଷ ଶିଶୁର ଓଜନ ଅନୁସାରେ ଶାରୀରିକ ବିକଶିତ ହେଉ ନ ଥିବା ଦେଖିବାକୁ ମିଳୁଛି। ଏମାନେ ବର୍ଷେ ଧରି ଏଠାରେ ବସବାସ କରୁଥିଲେ ମଧ୍ୟ ସମନ୍ବିତ ଶିଶୁ ବିକାଶ ବିଭାଗ ପକ୍ଷରୁ କିପରି ଏଥିପ୍ରତି ଦୃଷ୍ଟି ପଡ଼ିଲା ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯେଉଁ ସମୟରେ ୨ ଶିଶୁଙ୍କ ଶାରୀରିକ ବିକାଶ ପାଇଁ ପୁଷ୍ଟିକର ଖାଦ୍ୟ ଯଥା ଛତୁଆ, ଅଣ୍ଡା ଆଦିି ଆବଶ୍ୟକ ରହିଛି ତାହା ଏମାନଙ୍କ ନିକଟରେ ସାତ ସପନ ପାଲଟିଛି। ବାସି ପଖାଳକୁ ତୋରାଣିରେ ଚକଟି ଏହି ୨ ଶିଶୁଙ୍କୁ ଖାଦ୍ୟ ରୂପେ ଦିଆଯାଉଛି ବୋଲି ଆଈ ମା’ ଅଞ୍ଜଳି କହିଛନ୍ତି। ତୁରନ୍ତ ଏହି ଯମଜ ଶିଶୁଙ୍କୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ସାମାଜିକ କର୍ମୀ ଲକ୍ଷ୍ମୀକାନ୍ତ ସ୍ବାଇଁ କହିଛନ୍ତି। ଏ ସମ୍ପର୍କରେ ସିଡିପିଓ କବିତା ମଲ୍ଲିକଙ୍କୁ ପଚାରିବାରେ ଏ ଖବର ନଜରରେ ନ ଥିଲା, ଶୁକ୍ରବାର ସୁପରଭାଇଜରଙ୍କୁ ପଠାଇ ତଦନ୍ତ କରାଯିବ। ତାଙ୍କ ରିପୋର୍ଟ ମିଳିବା ପରେ ଜିଲା କାର୍ଯ୍ୟାଳୟକୁ ଖବର ଦିଆଯିବ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଜିଲାପାଳ ଅମୃତ ଋତୁରାଜଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri