୨୪ ଘଣ୍ଟାରେ ସ୍ବାଭାବିକଠାରୁ ୨ ରୁ ୩ ଅଧିକ ତାପମାତ୍ରା ରେକର୍ଡ

ଭୁବନେଶ୍ୱର,୨୯।୭(ବ୍ୟୁରୋ): ଦୁର୍ବଳ ମୌସୁମୀ ପ୍ରଭାବରେ ରାଜ୍ୟରେ ଦିନ ତାପମାତ୍ରା ବଢୁଛି । ଗତ ୨୪ ଘଣ୍ଟାରେ ଅଧିକାଂଶ ସ୍ଥାନରେ ସ୍ବାଭାବିକଠାରୁ ୨ ରୁ ୩ ଡ଼ିଗ୍ରୀ ଯାଏ ଅଧିକ ରେକର୍ଡ କରାଯାଇଛି। ଭଦ୍ରକର ଚାନ୍ଦବାଲିଠାରେ ୩୬.୫ ଡ଼ିଗ୍ରୀ ଦିନ ତାପମାତ୍ରା ରେକର୍ଡ ହୋଇଥିବାବେଳେ ହା ସ୍ବାଭାବିକ ତାପମାତ୍ରା ୩୨.୩ ଡ଼ିଗ୍ରୀ ଠାରୁ ୪.୨ ଡ଼ିଗ୍ରୀ ଅଧିକ ରହିଛି। ସେହିଭଳି ବଲାଙ୍ଗୀରରେ ସ୍ବାଭାବିକ ତାପମାତ୍ରାଠାରୁ +୪.୧ ଡ଼ିଗ୍ରୀ, ସମ୍ବଲପୁରରେ +୩.୯ ଡ଼ିଗ୍ରୀ, ବାରିପଦାରେ+୩.୬ ଡ଼ିଗ୍ରୀ, ଝାରସୁଗୁଡାରେ+୩.୩ ଡ଼ିଗ୍ରୀ, ଅନୁଗୋଳରେ +୩ ଡ଼ିଗ୍ରୀ ଅଧିକ ରହିଛି। ସେହିପରି ରାଜଧାନୀ ଭୁବନେଶ୍ବର ଦିନ ତାପମାତ୍ରା ସ୍ବାଭାବିକଠାରୁ ୩.୧ ଡ଼ିଗ୍ରୀ ଅଧିକ ଥିବା ବେଳେ ଏବଂ କଟକଠାରେ ୩ ଡିଗ୍ରୀ ଅଧିକ ଦିନ ତାପମାତ୍ରା ରେକର୍ଡ ।