ଦେଢ଼ମାସରେ ପିଆଜ ଦର ୨ଗୁଣ ବୃଦ୍ଧି

ରାଉରକେଲା,୨୪ା୮(ବିପ୍ଲବ ରଞ୍ଜନ ଦାଶ): ରାଉରକେଲା ସହରର ଖୋଲା ବାଜରରେ ପିଆଜ କିଲୋ ପ୍ରତି ୧୫ରୁ୧୬ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ଏହା ୩୦ରୁ ୩୫ ଟଙ୍କାକୁ ବୃଦ୍ଧି ପାଇଛି। ହଠାତ ପିଆଜ ଦର ବୃଦ୍ଧି ସାଧାରଣ ଖାଉଟିଙ୍କୁ କନ୍ଦେଇବା ଆରମ୍ଭ କଲାଣି। ସହରକୁ ଆଗରୁ ଦୈନିକ ୧୫୦ରୁ ୨୦୦ଟନ୍‌ ପିଆଜ ମହାରାଷ୍ଟ୍ର ନାସିକରୁ ଆସୁଥିବା ବେଳେ ଏବେ ମାତ୍ର ୧୦୦ କୁଇଣ୍ଟାଲ ପିଆଜ ଆସୁଛି। ପିଆଜ ରପ୍ତାନୀରେ ହ୍ରାସ ହେବା ଯୋଗୁଁ ହୋଲସେଲରମାନେ ୧କୁଇଣ୍ଟାଲ ପିଆଜ ପିଛା ୨୫ଶହ ଟଙ୍କା ଦେଉଛନ୍ତି। ପରେ ହୋଲସେଲରମାନେ ପିଆଜ ରିଟେଲରଙ୍କ ନିକଟକୁ ପିଆଜ ପଠାଉଛନ୍ତି। ମାତ୍ର ଖୋଲା ବଜାରରେ ପିଆଜ ରିଟେଲରମାନେ ନିଜ ମନ ମୁତାବକ କିଲୋପ୍ରତି ୩୦ରୁ ୩୫ ଟଙ୍କାରେ ବିକ୍ରି କରୁଛନ୍ତି। ଗୋଟିଏ ପଟେ ପନିପରିବା ଦର ଆକାଶଛୁଆଁ ରହିଥିବା ବେଳେ ଏବେ ପିଆଜ ଦର ୨ଗୁଣ ବୃଦ୍ଧି ସହରରେ ରହୁଥିବା ପ୍ରାୟ ୪୦ଭାଗ ଦିନ ମଜୁରିଆଙ୍କ ସମେତ ଗରିବ ଶ୍ରେଣୀର ଲୋକେ ସମସ୍ୟା ଭୋଗୁଛନ୍ତି। କୁଆଁରମୁଣ୍ଡା, ଲାଠିକଟା ଓ ବିଶ୍ରା ଆଦି ବ୍ଲକ ଅଞ୍ଚଳରୁ ସହରକୁ କାମ କରିବାକୁ ଆସୁଥିବା ଶ୍ରମିକଙ୍କ ପଖାଳ କଂସାରୁ ପିଆଜ ହଜି ଯାଇଛି। ପିଆଜ କଳା ବଜାରି ଉପରେ ବିଭାଗୀୟ ପ୍ରଶାସନ ତରଫରୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗରିବ ବସ୍ତି ବାସିନ୍ଦା ଦାବି କରିଛନ୍ତି। ଏନେଇ ରାଉରକେଲା ପ୍ଲାଣ୍ଟ ସାଇଡ ରୋଡସ୍ଥିତ ପିଆଜ ହୋଲସେଲର ମନୋଜ ଅଗ୍ରଓ୍ବାଲ କୁହନ୍ତି, ବର୍ତ୍ତମାନ କେବଳ ପିଆଜ ନୁହେଁ ଚାଉଳରୁ ଆରମ୍ଭ କରି ତେଲ ଲୁଣ ଯାଏଁ ସବୁଥିରେ ଦରଦାମ ବୃଦ୍ଧି ପାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ଦରଦାମରେ ଅଙ୍କୁଶ ଲଗାଇ ପାରୁନାହାଁନ୍ତି। ରାଜ୍ୟରେ ପିଆଜ ଚାଷ ନାହିଁ। ପିଆଜ ପାଇଁ ମହାରାଷ୍ଟଉପରେ ନିର୍ଭର କରିବାକୁ ପଡ଼ୁଛି। ଆଗରୁ ସହରକୁ ୧୫୦ରୁ ୨୦୦ ଟନ ପିଆଜ ଆସୁଥିଲା। ହେଲେ ବର୍ତ୍ତମାନ ୧୦୦ ଟନ ପିଆଜ ଆସୁଛି। ଫଳରେ ପିଆଜ ଦର ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରଗିରି ଯାଉଥିବା ବେଳେ ଟ୍ରକକୁ ପଛପଟୁ ଧକ୍କା ଦେଲା ଆକ୍ଟିଭା

ମୋହନା, ୨୭ା୩(ମନ୍ମଥ ମିଶ୍ର): ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଏକ ଟ୍ରକରେ ଦ୍ରୁତ ଗତିରେ ଆସୁଥିବା ଏକ ଆକ୍ଟିଭା (ଓଆର ୦୭ଏନ-୪୯୬୫) ପଛପଟୁ ଧକ୍କା ଦେଇଥିଲା। ଫଳରେ…

ଘରୋଇ ହିଂସାରୁ ମହିଳାଙ୍କୁ କିପରି ସୁରକ୍ଷା ଦେବ ଆଇନ

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି (ଟିଏଲଏସସି )ପକ୍ଷରୁ ଗୁରୁବାର ସ୍ଥାନୀୟ ମିଶନ ଶକ୍ତି ଭବନ ପରିସରରେ ଏକ ଆଇନ…

ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଦିଗପହଣ୍ଡି: ଯୋଗଦେଲେ ଡ.ସିଦ୍ଧାନ୍ତ ମହାପାତ୍ର, ବିଶ୍ବହିନ୍ଦୁ ପରିଷଦ….

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଆଜି ପବିତ୍ର ଶ୍ରୀରାମ ନବମୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଚଳଚଞ୍ଚଳ ହୋଇ ଉଠିଛି। ତେବେ ଗୁରୁବାର ସାରେ ଶ୍ରୀରାମ ନବମୀ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ଭାରତ୍ତୋଳନରେ ଦୀପାରାଣୀଙ୍କୁ ରୌପ୍ୟ

ଚିକିଟି, ୨୭ା୩ (ପ୍ରକାଶ ଚନ୍ଦ୍ର ସାହୁ ): ଛତିଶଗଡ ରାଇପୁର ସ୍ଥିତ ପଣ୍ଡିତ ରବି ଶଙ୍କର ବିଶ୍ୱ ବିଦ୍ୟାଳୟର ଖେଳ ପଡ଼ିଆ ପରିସରରେ ଗୁରୁବାର ଜାତୀୟସ୍ତରୀୟ ଉଦ୍‌ଘାଟିତ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri