Categories: ଜାତୀୟ

ଶୋପିଆନ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ…

ଶ୍ରୀନଗର,୨।୧୦ : ଜମ୍ମୁ-କଶ୍ମୀରର ବାରମୁଳା ଏବଂ ଶୋପିଆନ ଜିଲାରେ ମିଳିତ ସୁରକ୍ଷାବାହିନୀଙ୍କୁ ସଫଳତା ମିଳିଛି। ଏନକାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ବାରମୁଳାର ପଟ୍ଟନର ୟେଦୁପୋରା ଅଞ୍ଚଳରେ ଏକ ଏନକାଉଣ୍ଟର ହୋଇଛି ବୋଲି କଶ୍ମୀର ଜୋନ ପୋଲିସ କହିଛି। ଏହାପୂର୍ବରୁ ଶୋପିଆନ ଜିଲାର ଚିତ୍ରାଗାମ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଥିଲା। କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା।

ଏହାପୂର୍ବରୁ ମଙ୍ଗଳବାର ଏବଂ ସୋମବାର ଦକ୍ଷିଣ କଶ୍ମୀରର କୁଲଗାମରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଜିଲାର ଅହୱାଟୁ ଗ୍ରାମରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଘେରାବନ୍ଦୀ ଆରମ୍ଭ କରିଥିଲେ।

Share