Categories: ଜାତୀୟ

ବାଲାକୋଟ ସେକ୍ଟରରେ ଭାରତୀୟ ସେନାକୁ ସଫଳତା: ୨ ଆତଙ୍କବାଦୀ ନିହତ

ବାଲାକୋଟ,୮।୧: ଜମ୍ମୁ-କଶ୍ମୀରର ମେହେନ୍ଦରର ବାଲାକୋଟ ସେକ୍ଟରରେ ଭାରତୀୟ ସେନାକୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନା ପକ୍ଷରୁ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି।

ନିହତ ଆତଙ୍କବାଦୀମାନେ ଧନଗରୀ ଗ୍ରାମରେ ଘଟିଥିବା ଦୁଇଟି ଆତଙ୍କବାଦୀ ଆକ୍ରମଣରେ ଜଡ଼ିତ ଥିଲେ। ସେମାନଙ୍କ ଆକ୍ରମଣରେ ଦୁଇ ଦିନ ମଧ୍ୟରେ ଶିଶୁ ସମେତ ୭ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କୁ ଧରିବା ଲାଗି ଭାରତୀୟ ସେନା ପକ୍ଷରୁ ଅଭିଯାନକୁ ଜୋରଦାର କରାଯାଇଥିଲା। ଏହି କ୍ରମରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ହୋଇଥିଲା, ଯେଉଁଥିରେ ୨ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି।

Share