ଜରାଜୀର୍ଣ୍ଣ ଅବସ୍ଥାରେ ୨ମନ୍ଦିର

ଲୋଇସିଂହା,୪ା୨(ସୁଶାନ୍ତ ବାରିକ)ରାଜ୍ୟ ସରକାର ମଠ, ମନ୍ଦିର ଭଳି ଆଧ୍ୟାତ୍ମିକ ପୀଠର ରୂପାନ୍ତରୀକରଣ କରୁଛନ୍ତି। ଏଥିପାଇଁ ପର୍ଯ୍ୟାପ୍ତ ପରିମଣର ଅନୁଦାନ ଦିଆଯାଉଛି। ହେଲେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁର୍ଡା ଜଗନ୍ନାଥ ମନ୍ଦିର ଏବଂ ବାଦିମୁଣ୍ଡା ପଞ୍ଚାୟତ ମାହାରପାଲି ସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିରକୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ଅନୁଦାନ ମିଳିନାହିଁ। ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ବାଦିମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ସଂଲଗ୍ନ ପାହାଡରେ ନୀଳକଣ୍ଠେଶ୍ୱର ବାବାଙ୍କ ମନ୍ଦିର ରହିଛି। ୧୮୩୬ ମସିହାରେ ଉକ୍ତ ମନ୍ଦିର ପ୍ରତିଷ୍ଠା ହୋଇଥିଲା ବୋଲି କୁହାଯାଏ। ଏହି ମନ୍ଦିରକୁ ମାହାରପାଲି ଗ୍ରାମ ଗଣ୍ଡ ସମ୍ପ୍ରଦାୟର ଗୌନ୍ତିଆ ସ୍ବର୍ଗତ ଦେବାନନ୍ଦ କାଲସାଏ ପ୍ରତିଷ୍ଠା କରିଥିଲେ। ପୁରାତନ ମନ୍ଦିର ହୋଇଥିଲେ ସୁଦ୍ଧା ଏଠାରେ ନାହିଁ ଆନୁସଙ୍ଗିକ ସୁବିଧା। ମନୋରମ ପରିବେଶରେ ଅବସ୍ଥିତ ଉକ୍ତ ମନ୍ଦିରକୁ ବ୍ଲକର ୩୪ ନଂ ଜିଲା ପରିଷଦ ଜୋନ ଅଧିବାସୀଙ୍କ ସମେତ ସୀମାନ୍ତ ବରଗଡ ଜିଲା ଗାଇସିଲାଟ ଅଞ୍ଚଳର ଭକ୍ତ ପୂଜାର୍ଚ୍ଚନା ପାଇଁ ଆସିଥାନ୍ତି। ବିଭିନ୍ନ ପର୍ବପର୍ବାଣୀରେ ଏଠାରେ ଭକ୍ତଙ୍କ ଭିଡ ଲାଗି ରହିଥାଏ। କିଛିବର୍ଷ ତଳେ ବଜ୍ରପାତରେ ମନ୍ଦିର ଶିଖର ଧସି ପଡିଥିଲା। ମନ୍ଦିର ପ୍ରତିଷ୍ଠାତାଙ୍କ ଉତ୍ତରାଧିକାରୀ ବଂଶୀଧର କାଲସାଏ ଏହାର ମରାମତି କରିଥିଲେ। ଏବେ ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିର ଅବସ୍ଥା ଶୋଚନୀୟ ହୋଇପଡିଛି। ପ୍ରତିଷ୍ଠାତାଙ୍କ ପରିବାର ତରଫରୁ ମନ୍ଦିରର ନୀତିକାନ୍ତି ଏବଂ ସେବାୟତ ପରିବାର ଭରଣପୋଷଣ ପାଇଁ ୯ ଏକର ଚାଷଜମି ଦିଆଯାଇଛି। ଏଥିରେ ଯାହା ଅମଳ ହୁଏ ବର୍ଷତମାମ ନୀତିକାନ୍ତି ଏବଂ ସେବାୟତ ପରିବାର ଗୁଜୁରାଣ ମେଣ୍ଟାଇଥାନ୍ତି। ଅନ୍ୟ କୌଣସି ଉତ୍ସ ନ ଥିବାରୁ ମନ୍ଦିର ରକ୍ଷଣାବେକ୍ଷଣ କରିବା ସମ୍ଭବ ହେଉନାହିଁ। ରୂପାନ୍ତରୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠି ସହାୟକ ହେବ ବୋଲି ଅଞ୍ଚଳବାସୀ ଆଶା ବାନ୍ଧିଥିଲେ। ଗତ ଜୁଲାଇ ମାସରେ ଲୋଇସିଂହା କଲେଜ ପଡିଆରେ ଆୟୋଜିତ ୫-ଟି ଅଧ୍ୟକ୍ଷଙ୍କ କାର୍ଯ୍ୟକ୍ରମରେ ଏହି ମନ୍ଦିର ଉନ୍ନତୀକରଣ ପାଇଁ ଦରଖାସ୍ତ ଦେଇଥିଲେ। ହେଲେ ଏଥିପ୍ରତି ବିଚାର କରା ଯାଇ ନ ଥିବା ବଂଶୀଧର କାଲସାଏ କହିଛନ୍ତି।
ସେହିପରି ବୁର୍ଡା ପଞ୍ଚାୟତ ସଦର ଗ୍ରାମରେ ଜଗନ୍ନାଥ ମନ୍ଦିର ଛାତରୁ ସିମେଣ୍ଟ ଅତଡା ଖସୁଛି। ବିପଦସଙ୍କୁଳ ଅବସ୍ଥାରେ ଥିବା ଏହି ମନ୍ଦିରରେ ନିୟମିତ ନୀତିକାନ୍ତି କରାଯାଉଛି। ପ୍ରତି ଗୁରୁବାର ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ଗହଣରେ ମହାଆଳତୀ ଏବଂ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ନିକଟରେ ଆଳତୀ ପାର୍ଟି ପକ୍ଷରୁ ହୋମଯଜ୍ଞ ସାମପନ ହୋଇଛି। ମନ୍ଦିର ରୂପାନ୍ତର ପାଇଁ ପୂଜକ ଏବଂ ଗ୍ରାମ୍ୟ କମିଟି ତରଫରୁ ୫-ଟି ଅଧ୍ୟକ୍ଷଙ୍କୁ ଦାବିପତ୍ର ଦିଆଯାଇଥିଲା। ହେଲେ ଏହି ପୁରାତନ ମନ୍ଦିରକୁ ଅନୁଦାନ ମିଳି ନ ଥିବା ପୂଜକ ମନୋଜ ଦାଶ କହିଛନ୍ତି। ଏହି ଦୁଇ ପୁରାତନ ମନ୍ଦିରର ରୂପାନ୍ତରୀକରଣ ପାଇଁ ପ୍ରତି ୫-ଟି ଅଧ୍ୟକ୍ଷ ଏବଂ ରାଜ୍ୟ ସରକାର ଦୃଷ୍ଟିଦେଇ ଅବଶ୍ୟକ ଅନୁଦାନ ଯୋଗାଇ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

ଗୁଗଲ୍ ମ୍ୟାପ୍ ଦେଖାଇଲା ଭୁଲ୍ ବାଟ: ସିଙ୍ଗାରି ଘାଟିରେ ୫ ଘଣ୍ଟା ଫସିଲା ୧୪ ଚକିଆ ଟ୍ରକ୍, ହନ୍ତସନ୍ତ…

ଥୁଆମୂଳ ରାମପୁର, ୨୬ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓ କଲମପୁର ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟ ଜୀବନରେଖା ସଦୃଶ ସିଙ୍ଗାରି ଘାଟି ରାସ୍ତାରେ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଦିଗପହଣ୍ଡିରେ ଦଣ୍ଡନାଚ ପାଇଁ ନିୟମାବଳୀ ଜାରି: ଅଶ୍ଳୀଳ ନୃତ୍ୟ ଗୀତ ଉପରେ କଟକଣା, ଉଲ୍ଲଂଘନ କଲେ…

ଦିଗପହଣ୍ଡି,୨୬|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ମା ‘ ରୁଦ୍ରକାଳୀ ଙ୍କ ଦଣ୍ଡନାଚ ପରିବେଷଣ ପାଇଁ ଗଞ୍ଜାମ ଜିଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଏନଏସି…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri