ଜରାଜୀର୍ଣ୍ଣ ଅବସ୍ଥାରେ ୨ମନ୍ଦିର

ଲୋଇସିଂହା,୪ା୨(ସୁଶାନ୍ତ ବାରିକ)ରାଜ୍ୟ ସରକାର ମଠ, ମନ୍ଦିର ଭଳି ଆଧ୍ୟାତ୍ମିକ ପୀଠର ରୂପାନ୍ତରୀକରଣ କରୁଛନ୍ତି। ଏଥିପାଇଁ ପର୍ଯ୍ୟାପ୍ତ ପରିମଣର ଅନୁଦାନ ଦିଆଯାଉଛି। ହେଲେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁର୍ଡା ଜଗନ୍ନାଥ ମନ୍ଦିର ଏବଂ ବାଦିମୁଣ୍ଡା ପଞ୍ଚାୟତ ମାହାରପାଲି ସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିରକୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ଅନୁଦାନ ମିଳିନାହିଁ। ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ବାଦିମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ସଂଲଗ୍ନ ପାହାଡରେ ନୀଳକଣ୍ଠେଶ୍ୱର ବାବାଙ୍କ ମନ୍ଦିର ରହିଛି। ୧୮୩୬ ମସିହାରେ ଉକ୍ତ ମନ୍ଦିର ପ୍ରତିଷ୍ଠା ହୋଇଥିଲା ବୋଲି କୁହାଯାଏ। ଏହି ମନ୍ଦିରକୁ ମାହାରପାଲି ଗ୍ରାମ ଗଣ୍ଡ ସମ୍ପ୍ରଦାୟର ଗୌନ୍ତିଆ ସ୍ବର୍ଗତ ଦେବାନନ୍ଦ କାଲସାଏ ପ୍ରତିଷ୍ଠା କରିଥିଲେ। ପୁରାତନ ମନ୍ଦିର ହୋଇଥିଲେ ସୁଦ୍ଧା ଏଠାରେ ନାହିଁ ଆନୁସଙ୍ଗିକ ସୁବିଧା। ମନୋରମ ପରିବେଶରେ ଅବସ୍ଥିତ ଉକ୍ତ ମନ୍ଦିରକୁ ବ୍ଲକର ୩୪ ନଂ ଜିଲା ପରିଷଦ ଜୋନ ଅଧିବାସୀଙ୍କ ସମେତ ସୀମାନ୍ତ ବରଗଡ ଜିଲା ଗାଇସିଲାଟ ଅଞ୍ଚଳର ଭକ୍ତ ପୂଜାର୍ଚ୍ଚନା ପାଇଁ ଆସିଥାନ୍ତି। ବିଭିନ୍ନ ପର୍ବପର୍ବାଣୀରେ ଏଠାରେ ଭକ୍ତଙ୍କ ଭିଡ ଲାଗି ରହିଥାଏ। କିଛିବର୍ଷ ତଳେ ବଜ୍ରପାତରେ ମନ୍ଦିର ଶିଖର ଧସି ପଡିଥିଲା। ମନ୍ଦିର ପ୍ରତିଷ୍ଠାତାଙ୍କ ଉତ୍ତରାଧିକାରୀ ବଂଶୀଧର କାଲସାଏ ଏହାର ମରାମତି କରିଥିଲେ। ଏବେ ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିର ଅବସ୍ଥା ଶୋଚନୀୟ ହୋଇପଡିଛି। ପ୍ରତିଷ୍ଠାତାଙ୍କ ପରିବାର ତରଫରୁ ମନ୍ଦିରର ନୀତିକାନ୍ତି ଏବଂ ସେବାୟତ ପରିବାର ଭରଣପୋଷଣ ପାଇଁ ୯ ଏକର ଚାଷଜମି ଦିଆଯାଇଛି। ଏଥିରେ ଯାହା ଅମଳ ହୁଏ ବର୍ଷତମାମ ନୀତିକାନ୍ତି ଏବଂ ସେବାୟତ ପରିବାର ଗୁଜୁରାଣ ମେଣ୍ଟାଇଥାନ୍ତି। ଅନ୍ୟ କୌଣସି ଉତ୍ସ ନ ଥିବାରୁ ମନ୍ଦିର ରକ୍ଷଣାବେକ୍ଷଣ କରିବା ସମ୍ଭବ ହେଉନାହିଁ। ରୂପାନ୍ତରୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠି ସହାୟକ ହେବ ବୋଲି ଅଞ୍ଚଳବାସୀ ଆଶା ବାନ୍ଧିଥିଲେ। ଗତ ଜୁଲାଇ ମାସରେ ଲୋଇସିଂହା କଲେଜ ପଡିଆରେ ଆୟୋଜିତ ୫-ଟି ଅଧ୍ୟକ୍ଷଙ୍କ କାର୍ଯ୍ୟକ୍ରମରେ ଏହି ମନ୍ଦିର ଉନ୍ନତୀକରଣ ପାଇଁ ଦରଖାସ୍ତ ଦେଇଥିଲେ। ହେଲେ ଏଥିପ୍ରତି ବିଚାର କରା ଯାଇ ନ ଥିବା ବଂଶୀଧର କାଲସାଏ କହିଛନ୍ତି।
ସେହିପରି ବୁର୍ଡା ପଞ୍ଚାୟତ ସଦର ଗ୍ରାମରେ ଜଗନ୍ନାଥ ମନ୍ଦିର ଛାତରୁ ସିମେଣ୍ଟ ଅତଡା ଖସୁଛି। ବିପଦସଙ୍କୁଳ ଅବସ୍ଥାରେ ଥିବା ଏହି ମନ୍ଦିରରେ ନିୟମିତ ନୀତିକାନ୍ତି କରାଯାଉଛି। ପ୍ରତି ଗୁରୁବାର ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ଗହଣରେ ମହାଆଳତୀ ଏବଂ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ନିକଟରେ ଆଳତୀ ପାର୍ଟି ପକ୍ଷରୁ ହୋମଯଜ୍ଞ ସାମପନ ହୋଇଛି। ମନ୍ଦିର ରୂପାନ୍ତର ପାଇଁ ପୂଜକ ଏବଂ ଗ୍ରାମ୍ୟ କମିଟି ତରଫରୁ ୫-ଟି ଅଧ୍ୟକ୍ଷଙ୍କୁ ଦାବିପତ୍ର ଦିଆଯାଇଥିଲା। ହେଲେ ଏହି ପୁରାତନ ମନ୍ଦିରକୁ ଅନୁଦାନ ମିଳି ନ ଥିବା ପୂଜକ ମନୋଜ ଦାଶ କହିଛନ୍ତି। ଏହି ଦୁଇ ପୁରାତନ ମନ୍ଦିରର ରୂପାନ୍ତରୀକରଣ ପାଇଁ ପ୍ରତି ୫-ଟି ଅଧ୍ୟକ୍ଷ ଏବଂ ରାଜ୍ୟ ସରକାର ଦୃଷ୍ଟିଦେଇ ଅବଶ୍ୟକ ଅନୁଦାନ ଯୋଗାଇ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri