Categories: ଜାତୀୟ

୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ଗୁଆହାଟୀ,୧୨।୯: ଆସାମରେ ଆତଙ୍କବାଦୀ ମଡ୍ୟୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାଲିଛି। ସୋମବାର ପୋଲିସ ଆଉ ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଉଭୟଙ୍କୁ ମୋରିଗାଓଁରୁ ଗିରଫ କରାଯାଇଛି। ଏହି ଦୁଇ ଆତଙ୍କବାଦୀ ମୁସାଦିକ ହୁସେନ ଏବଂ ଇକ୍ରାମୁଲ ଇସଲାମ ବୋଲି ଜଣାପଡିଛି। ଆତଙ୍କବାଦୀ ସଂଗଠନ ଅନସରୁଲ୍ଲା ବଙ୍ଗଳା ଦଳ (ଏବିଟି) ସହିତ ଉଭୟଙ୍କ ସମ୍ପର୍କ ଥିବା ପ୍ରମାଣ ମିଳିଥିବା ପୋଲିସ ଅଧୀକ୍ଷକ ଅପର୍ନା ଏନ ସୂଚନା ଦେଇଛନ୍ତି।
ଆସାମରେ ଗତ କିଛି ଦିନ ମଧ୍ୟରେ ଅନେକ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ଆତଙ୍କବାଦୀଙ୍କର ଏବିଟି ଏବଂ ଅଲ କାଏଦା ସହିତ ଲିଙ୍କ ଥିଲା।ଏହା ବ୍ୟତୀତ ଏହି ସମସ୍ତ ଆତଙ୍କବାଦୀଙ୍କ ଲିଙ୍କ ମଧ୍ୟ ଆଞ୍ଚଳିକ ମଦ୍ରାସା ସହିତ ମିଳିଥିଲା। ଏହି ମଦ୍ରାସା ମାଧ୍ୟମରେ ସେମାନେ ଆତଙ୍କବାଦୀ ସଂଗଠନ ପାଇଁ ଟଙ୍କା ଜମା କରୁଥିଲେ ଏବଂ ଯୁବକମାନଙ୍କୁ ନିୟୋଜିତ କରୁଥିଲେ। ଚଳିତ ବର୍ଷ ମାର୍ଚ୍ଚରୁ ଆସାମ ପୋଲିସ ଏକ୍ୟୁଆଇଏସ୍‌/ଏବିଟି ସହିତ ଜଡିତ ୩୭ ରୁ ଅଧିକ ଲୋକଙ୍କୁ ଗିରଫ କରିଛି।

Share