୭୦% ସିଲାବସରେ ପାଠ ପଢିବେ ଯୁକ୍ତ ଦୁଇ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୬।୮(ବ୍ୟୁରୋ): ଗତବର୍ଷ ଭଳି ଚଳିତ ମଧ୍ୟ ଯୁକ୍ତ ଦୁଇ ପିଲାଙ୍କ ପାଇଁ ୩୦% ସିଲାବସ ହ୍ରାସ କରାଯିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାଉନସିଲ ବୈଠକରେ ଗୁରୁବାର ଏହି ନିଷ୍ପତ୍ତି ନିଆଯାଇଛି।

ବୈଠକର ନିଷ୍ପତ୍ତି ମୁତାବକ, ପ୍ରଥମ ଓ ଦ୍ୱିତୀୟ ବର୍ଷ ପାଇଁ ଇଣ୍ଟରନାଲ ବ୍ୟବସ୍ଥା ଲାଗୁ କରାଯିବ। ପ୍ରଥମ ବର୍ଷରେ ୩ଟି ଓ ଦ୍ୱିତୀୟ ବର୍ଷରେ ୩ଟି ପରୀକ୍ଷା ହେବ। ପ୍ରତି କ୍ୱାର୍ଟରରେ ୩୦ ନମ୍ବର ବିଶିଷ୍ଟ ପରୀକ୍ଷା ହେବ। ୩୦ ନମ୍ବରରୁ ୨୦ ନମ୍ବର ଥିଓରୀ ଓ ୧୦ ନମ୍ବର ପ୍ରାକ୍ଟିକାଲ ରହିବ। ସମସ୍ତ ଇଣ୍ଟରନାଲ ପରୀକ୍ଷା କଲେଜ ପରିଚାଳନା କରିବ। ପ୍ରଥମ ବର୍ଷ ଶେଷରେ ଓ ୨ୟ ବର୍ଷ ଶେଷରେ ବାର୍ଷିକ ପରୀକ୍ଷା ହେବ। ମହାମାରୀ ଭଳି ସ୍ଥିତି ନ ଉପୁଜିଲେ ବାର୍ଷିକ ପରୀକ୍ଷା ଆଧାରରେ ରେଜଲ୍ଟ ପ୍ରକାଶ ପାଇବ। ମହାମାରୀ ପାଇଁ ପରୀକ୍ଷା ବନ୍ଦ ହେଲେ ଇଣ୍ଟରନାଲ ପରୀକ୍ଷା ଭିତ୍ତିରେ ରେଜଲ୍ଟ ପ୍ରକାଶ ପାଇବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ତୁଷାରକାନ୍ତି ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।