୨ ସ୍କୁଟି ମୁହାଁମୁହିଁ

ଝାରସୁଗୁଡ଼ା ଅଫିସ,୨୦ା୧: ଝାରସୁଗୁଡ଼ା ଟାଉନ ଥାନା ଅଧୀନ ବମ୍ବେଛକ ନିକଟ କାପୁମାଲ ରାସ୍ତାରେ ୨ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ସରବେର୍ଣ୍ଣା ଗ୍ରାମ ଓରାପଡାର ବିନୋଦ ମିଞ୍ଜ(୩୫), ବୁଡିପଦର ଗ୍ରାମର ଅମିତ ଓରାମ(୨୨) ଓ ସୁନ୍ଦରଗଡ଼ ବାଉଁଶଗଡ ଗ୍ରାମର ଦୀଲିପ କିରୋ(୨୫)। ସମସ୍ତ ଆହତଙ୍କୁ ପୋଲିସ୍‌ ଉଦ୍ଧାରକରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ବିନୋଦଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ବୁର୍ଲା ବଡମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଦୁର୍ଘଟଣା ଗ୍ରସ୍ତ ୨ ସ୍କୁଟି ଜବତ କରି ତଦନ୍ତ ଚଳାଇଛି।