+୨ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ: ଜାଣନ୍ତୁ ବାଲେଶ୍ୱର ଜିଲାର ପାସହାର

ବାଲେଶ୍ୱର ଅଫିସ,୧୨।୮: +୨ ବିଜ୍ଞାନ ପରୀକ୍ଷା ଫଳାଫଳ ବୁଧବାର ପ୍ରକାଶ ପାଇଛି। ତେବେ ଏଥିରେ ବାଲେଶ୍ୱର ଜିଲାର ପାସହାର ୮୪.୨୬% ହୋଇଛି। ଚଳିତ ବର୍ଷ ଜିଲାର ୧୦୨ କଲେଜରୁ ମୋଟ ୬,୬୬୦ ପରିକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୫,୬୦୭ ଜଣ ପାସ କରିଛନ୍ତି । ପ୍ରଥମ ଶ୍ରେଣୀରେ ୨,୭୭୦, ଦ୍ବିତୀୟ ଶ୍ରେଣୀରେ ୧,୯୯୩, ତୃତୀୟ ଶ୍ରେଣୀରେ ୮୦୨ ଓ କମ୍ପାଟମେଣ୍ଟାଲରେ ୪୨ ଜଣ ପାସ କରିଛନ୍ତି।