Advertisement

ନୀଳଗିରିରେ ୧୨ ଶିଶୁ ଅପପୁଷ୍ଟିର ଶିକାର: ୨ ସୁସ୍ଥ ହୋଇ ଘରକୁ ଫେରିଲେ

ନୀଳଗିରି, ୨୩।୧୦(ସ୍ବ.ପ୍ର.): ଅପପୁଷ୍ଟି ରୋକିବା ଲାଗି ରାଜ୍ୟ ସରକାର ବିଭିନ୍ନ ଯୋଜନା ମଧ୍ୟରେ ଅର୍ଥ ବ୍ୟୟ କରୁଛନ୍ତି। ହେଲେ ଏବେବି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିଶୁମାନେ ଅପପୁଷ୍ଟିର ଶିକାର ହେଉଛନ୍ତି। ନୀଳଗିରି ଅଞ୍ଚଳରେ ୧୨ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ (ଏନ୍‌ଆର୍‌ସି) ପୃଷ୍ଟି ପୁର୍ନବାସ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ନଜରକୁ ଆସିଛି। ଶନିବାର ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ଶିଶୁମାନେ ନୀଳଗିରି ବ୍ଲକ ପୋଡ଼ାଶୁଳ, ଧୋବଶିଳା, ଚତିରଖୁଣ୍ଟା, ମିତ୍ରପୁର, ନୀଳଗିରି ଏନଏସି, ଔପଦା ବ୍ଲକ ହାତୀଖୁଲିଆ ଓ ରାଇରାମପୁର ଆଦି ଅଞ୍ଚଳର। ଅଙ୍ଗନୱାଡ଼ି ପକ୍ଷରୁ ମିଳୁଥିବା ଖାଦ୍ୟ ଖାଇବା ପରେ ମଧ୍ୟ ପିଲାମାନେ ଅପପୁଷ୍ଟିର ଶିକାର ହେଉଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଭିଟାମିନ ଯୋଗାଇ ଦେବାକୁ ଅଭିଭାବକମାନେ ଦାବି କରିଛନ୍ତି। ଅପପୁଷ୍ଟି ସମ୍ପର୍କରେ ନୀଳଗିରି ମେଡ଼ିକାଲ ଶିଶୁ ରୋଗ ବିଶେଷଜ୍ଞ ରାଜେନ୍ଦ୍ର କୁମାର ସିଂହ କହିଛନ୍ତି, ଖାଦ୍ୟ ଅଭାବ ଓ କ୍ରନିକ୍‌ ଡିଜିଜ୍‌ ଥିଲେ ଶିଶୁ ଅପପୁଷ୍ଟିର ଶିକାର ହୋଇଥାନ୍ତି। ଯେଉଁ ପିଲା ଦୁର୍ବଳ ଦେଖାଯାନ୍ତି ତାଙ୍କ ହାଇଟ୍‌ ଅନୁସାରେ ଓଜନ ଠିକ୍‌ ନ ରହିଲେ ସେହି ପିଲାଙ୍କୁ ଆମେ ଚିକିତ୍ସା କରି ପ୍ଲାନିଂ ଅନୁସାରେ ଖାଦ୍ୟ ଦେବା ସହ, ଭିଟାମିନ୍‌ ଓ ଟନିକ ଆଦି ଦେଇଥାଉ। ଯେତିକି ଓଜନ ଥାଏ ତାଠାରୁ ୧୫% ବଢ଼ିବା ପରେ ଛାଡ଼ିଥାଉ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରଘର ବୁଲି ପଟ୍ଟା ବଣ୍ଟନ କଲା ରାଜସ୍ବ ରଥ

ଗଞ୍ଜାମ,୮।୫(ଡି.ଏନ୍‌.ଏ.): କୋଭିଡ୍‌ କଟକଣା ପାଇଁ ସର୍ବସାଧାରଣ ଯେ କୌଣସି ସରକାରୀ ଅଫିସ ଯିବାକୁ ବାରଣ କରାଯାଇଛି l ଏଥିପାଇଁ ତହସିଲ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସେବା...

ଶ୍ରାଦ୍ଧବାର୍ଷିକୀରେ ପୂର୍ବତନ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି

ବରଗଡ଼ ଅଫିସ,୧।୧୨: ବରଗଡ଼ର ପୂର୍ବତନ ବିଧାୟକ ସ୍ବର୍ଗତ ଯଦୁମଣୀ ପ୍ରଧାନଙ୍କ ଶ୍ରାଦ୍ଧବାର୍ଷିକୀ ସମାରୋହ ରବିବାର ଅନୁଷ୍ଠିତ ହୋଇଛି। ଏହି ଅବସରରେ ବରଗଡ଼ ଏସ୍‌ପି ଅଫିସ ସମ୍ମୁଖ...

ଆସିକା ଚିନିଶିଳ୍ପର ସାଧାରଣ ବୈଠକ: ଆଧୁନିକୀକରଣ ନିମନ୍ତେ ୪୨କୋଟି ଟଙ୍କାର ବ୍ୟୟ ଅଟକଳ

ଆସିକା, ୨୮ା୧୧(ଡି.ଏନ୍‌.ଏ.)-ଆସିକା ସମବାୟ ଚିନିଶିଳ୍ପ ପରିଚାଳନା ପରିଷଦର ସାଧାରଣ ବୈଠକ ବୁଧବାର ମଧ୍ୟାହ୍ନରେ ଚିନିଶିଳ୍ପ ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ପରିଚାଳନା ପରିଷଦ ସଭାପତି ବିପିନ ବିହାରୀ...

ଆହୁରି ସତର୍କ ହେବାକୁ ପଡିବ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ରାଜ୍ୟରେ ହଜାର ତଳେ ରହୁଛି ସଂକ୍ରମଣ, ଏହା ରାଜ୍ୟ ପାଇଁ ଖୁସି ଖବର। କେବଳ ଗୋଟିଏ ଜିଲାକୁ ଛାଡି ଆଉ ସବୁ ଜିଲାରେ ଟେଷ୍ଟ...

ଆଇସିୟୁ, ଭେଣ୍ଟିଲେଟର ନାହିଁ

ସୋନପୁର,୧୯।୫(ନି.ପ୍ର.) – କରୋନାର ଦ୍ୱିତୀୟ ଲହର ସୁବର୍ଣ୍ଣପୁର ଜିଲାର ଜନସାଧାରଣଙ୍କୁ ହନ୍ତସନ୍ତ କରୁଛି। ପ୍ରତିଦିନ ଶତାଧିକ ଲୋକ ସଂକ୍ରମିତ ହେଉଛନ୍ତି। ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ...

ସଫଳ ଶିକ୍ଷକ ଭିତରେ ଛାତ୍ରର ପ୍ରତ୍ୟାଶା ରହିଥାଏ

ବଲାଙ୍ଗୀର ଅଫିସ, ୬ା୯ – ବଲାଙ୍ଗୀର ରୋଟାରୀ କ୍ଳବ ଅଫ୍‌ ଇଲିଟ୍‌ ପକ୍ଷରୁ ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ସଭାକକ୍ଷରେ ଗୁରୁଦିବସ ପାଳନ...

ପୋଡ଼ି ହୋଇ ୨ ଭଉଣୀଙ୍କ ମୃତ୍ୟୁ ଘଟଣା: ପରିବାରକୁ ମିଳିବ ୮ଲକ୍ଷ ଟଙ୍କା

ଫିରିଙ୍ଗିଆ, ୨୧ା୬- ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଗେରୁପଡା ଗ୍ରାମରେ ବିଦ୍ୟୁତ ଶର୍ଟ ସର୍କିଟରୁ ଘରେ ନିଆଁ ଲାଗି ପୋଡ଼ି ହୋଇ ବୁଧବାର ୨ ଭଉଣୀଙ୍କ...

ସ୍କୁଟିକୁ ପିଟିଲା ବାଇକ୍‌, ଯୁବ ବ୍ୟବସାୟୀ ମୃତ; ୨ ଗୁରୁତର

ଲାଞ୍ଜିଗଡ଼,୧୦ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବାବେଳେ ରବିବାର ପୁଣି ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବ...

Advertisement
Archives

Model This Week