୨ କୁଇଣ୍ଟାଲର ମାଛ

ବାଲେଶ୍ୱର,୧୩।୧୦: ଦିଘା ମୁହାଣରେ ଥିବା ମାଛ ମାର୍କେଟରେ ଶୁକ୍ରବାର ଏକ ବିରାଟକାୟ କୋଇଭୋଲା ମାଛ ବିକ୍ରି ହୋଇଛି। ମାଛଟିର ଓଜନ ୨ କୁଇଣ୍ଟାଲ ହେବ। କୋଲକାତାର ଏକ ଫାର୍ମା କମ୍ପାନୀ ମାଛଟିକୁ ୧ ଲକ୍ଷ ୨୭ ହଜାର ଟଙ୍କାରେ କିଣଛି।  ପାରାଦୀପରୁ ଏହି ମାଛଟିକୁ ଧରାଯାଇଥିଲା। ପାରାଦୀପର ମତ୍ସ୍ୟଜୀବୀମାନେ ମାଛଟିକୁ ବିକ୍ରି କରିବା ପାଇଁ ଦିଘା ନେଇଥିଲେ।