Categories: ଜାତୀୟ

ସ୍ୱଦେଶ ଫେରିଲେ ୧୨ ପାକିସ୍ତାନୀ ବନ୍ଦୀ

ଅମ୍ରିତସର,୧୮ ।୨: ଭାରତରେ ବନ୍ଦୀଥିବା ୧୨ ପାକିସ୍ତାନୀ ନାଗରିକ ଗୁରୁବାର ସ୍ୱଦେଶ ଫେରି ଯାଇଛନ୍ତି । ଏମାନଙ୍କ ମଧ୍ୟରେ ୬ଜଣ ମତ୍ସଜୀବି ରହିଛନ୍ତି । ଏମାନେ ସମସ୍ତେ ଅଟାରୀ-ୱାଘା ସୀମାଦେଇ ସ୍ୱଦେଶ ପତ୍ୟାବର୍ତ୍ତନ କରିଛନ୍ତି । ପ୍ରୋଟୋକଲ ଅଫିସର ଅରୁଣପାଳ ସିଂଙ୍କ ସୂଚନା ଅନୁଯାୟୀ, ବନ୍ଦୀ ରହିଥିବା ମତ୍ସଜୀବିମାନେ ଭୁଲ ବଶତଃ ଭାରତ ସୀମାକୁ ପଶି ଆସିଥିଲେ । ଏବେ ସେମାନେ ସେମାନଙ୍କ ସଜା କାଟି ସାରିବା ପରେ ପାକିସ୍ତାନ ଚାଲିଯାଇଛନ୍ତି । ସୂଚନାଯୋଗ୍ୟ, ଗତ ମାସରେ ପାକିସ୍ତାନ ୨୦ ଭାରତୀୟ ମତ୍ସଜବିଙ୍କୁ ୱାଘା ସୀମାଦେଇ ସ୍ୱଦେଶ ପଠାଇ ଦେଇଥିଲା । ଏହି ମତ୍ସଜୀବିମାନେ କରାଚିର ଲାଧି ଜେଲରେ ୫ ବର୍ଷ କାଟିଛନ୍ତି ।

Share