Categories: ଜାତୀୟ

ପୋଲିସ ଉପରେ ଖୋଲା ଗୁଳି ଚଳାଇଲେ ଆତଙ୍କବାଦୀ

ନୂଆଦିଲ୍ଲୀ,୧୦।୧୨: ଜମ୍ମୁ-କଶ୍ମୀରର ବାନ୍ଦିପୋରା ଜିଲାରେ ଶୁକ୍ରବାର ପୋଲିସ କର୍ମୀଙ୍କ ଉପରେ ଖୋଲା ଗୁଳି ଚଳାଇଛନ୍ତି ଆତଙ୍କବାଦୀ। ଏଥିରେ ଦୁଇ ପୋଲିସ କର୍ମୀ ଶହୀଦ ହୋଇଥିବା ଜଣାପଡ଼ିଛି। ବାନ୍ଦିପୋରାର ଗୁଲଶାନ ଛକଠାରେ ଏହି ଘଟଣା ଘଟିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ଘଟଣା ପରେ ସୁରକ୍ଷା ବଳ ପକ୍ଷରୁ ପୂରା ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି।

ପ୍ରଥମେ ଦୁଇ ଆହତ ପୋଲିସ କର୍ମୀ ମହମ୍ମଦ ସୁଲତାନ ଓ ଫୟାଜ ଅହମ୍ମଦଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ଘଟିଥିଲା ବୋଲି ଅଧିକାରୀ କହିଛନ୍ତି।

ବାନ୍ଦିପୋରାର ଗୁଲଶାନ ଛକରେ ପୋଲିସ ପାର୍ଟି ଉପରେ ଆତଙ୍କବାଦୀମାନେ ଖୋଲା ଗୁଳି ଚଳାଇଥିଲେ। ଏହି ଆତଙ୍କବାଦୀ ଆକ୍ରମଣରେ ଦୁଇ ପୋଲିସ କର୍ମୀ ଶହୀଦ ହୋଇଛନ୍ତି। ସେମାନେ ହେଲେ ମହମ୍ମଦ ସୁଲତାନ ଓ ଫୟାଜ ଅହମ୍ମଦ। ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେଶନ ଚାଲୁଥିବା କଶ୍ମୀର ଜୋନ ପୋଲିସ ପକ୍ଷରୁ ଟୁଇଟ୍‌ କରାଯାଇଛି।

Share