୨ ପଞ୍ଚାୟତବାସୀ ପାଣି କିଣୁଛନ୍ତି

ପାରାଦୀପ,୧୩।୩(ସ୍ବ.ପ୍ର.):ପାରାଦୀପରେ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଦ୍ରୁତ ଶିଳ୍ପାୟନ ଓ ଆଧୁନିକ ଜୀବନ ଶୈଳୀ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ପାରାଦୀପ ସହର ନିକଟ ଗ୍ରାମଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏହି ସହର ପାଖରେ ଥିବା ନୂଆଗଡ଼ ଓ ପାରାଦୀପଗଡ଼ ପଞ୍ଚାୟତରେ ଏବେ ଭୟଙ୍କର ଜଳାଭାବ ଦେଖାଦେଇଛି। ଏଠାକାର ପ୍ରାୟ ୯୦ ପ୍ରତିଶତ ପରିବାର ବୋତଲ ପାଣି କିଣି ପିଉଛନ୍ତି। ଗାଁରେ ଥିବା ନଳକୂପଗୁଡ଼ିକରୁ ଆଉ ପୂର୍ବଭଳି ପାଣି ବାହାରୁନାହିଁ। ଯେଉଁଠି ପାଣି ବାହାରୁଛି ସେହି ପାଣି ଲବଣାକ୍ତ ଓ ଲୁହା ଗନ୍ଧ ହେଉଛି। ସେଥିରେ ପୋଷାକ ସଫା କଲେ କପଡା ରଙ୍ଗ ନାଲିଆ ଭଳି ଦେଖାଯାଉଛି ବୋଲି ନୂଆଗଡ ବାସିନ୍ଦା ପ୍ରମୋଦ ଜେନା କୁହନ୍ତି। ତାଙ୍କ ସୂଚନା ଅନୁସାରେ, ନୂଆଗଡ ଗ୍ରାମରେ ଏବେ ୪୭୫ ପରିବାର। ପ୍ରାୟ ସବୁ ପରିବାର ବୋତଲ ପାଣି କିଣୁଛନ୍ତି। ସେହି ଗ୍ରାମରେ ସୌଦାମିନୀ ପ୍ରଧାନ ନାମକ ମହିଳା ଦୋକାନୀ କୁହନ୍ତି ଦିନକୁ ଗୋଟିଏ ଗାଡି ପାଣି ବୋତଲ ବିକୁଛନ୍ତି। ଗ୍ରାମର ଦିଲୀପ ସ୍ବାଇଁ କୁହନ୍ତି.ତାଙ୍କର ୧୦୦୦ ଫୁଟ ଗଭୀର ନଳକୂପ ଥିଲା। ଦୀର୍ଘଦିନ ଧରି ସେହି ପାଣି ବ୍ୟବହାର କରୁଥିଲେ। ଗତବର୍ଷ ଠାରୁ ସେହି ପାଣି ପାଟିରେ ଦେଇ ହେଉନାହିଁ। ଗଡ ବଜାରରେ ମଧ୍ୟ ସମାନ ଅବସ୍ଥା। ଉକ୍ତ ସ୍ଥାନରେ ୧୪ ଶହ ଫୁଟ ଖୋଳିଲା ପରେ ଯାଇ ମଧୁର ପାଣି ମିଳୁଛି ବୋଲି ବାସିନ୍ଦା ରମେଶ ତ୍ରିପାଠୀ କୁହନ୍ତି।
ସୂଚନାଯୋଗ୍ୟ, ଏହି ଦୁଇ ପଞ୍ଚାୟତ ମଧ୍ୟରେ ଏକଦା ୧୦ରୁ ଅଧିକ ନଦୀ, ଯୋର ଓ ସଇରାତ ଥିଲା। ଶିଳ୍ପାୟନ ପ୍ରଭାବରେ ଆଉ ଜଳଉତ୍ସ ନାହିଁ। ହଳଦୀପାଣି, ନୟନଯୋରୀ, ଶାମୁକାତିମୁଣ୍ଡା ଯୋର ଅଦୃଶ୍ୟ ହୋଇଗଲାଣି। ମଝିରେ ଅଛି ତାଳଦଣ୍ଡା କେନାଲ। ସେହି ପାଣି କେବଳ ଶିଳ୍ପସଂସ୍ଥା ପାଇଁ ପାଣି ଯୋଗାଉଛି। ଅପରପକ୍ଷେ ସାଧାରଣ ଲୋକ ଭୂତଳଜଳ ବ୍ୟବହାର କରୁଛନ୍ତି। ଏହାବାଦ୍‌ ବଡ କମ୍ପାନୀତ୍‌ଗୁଡିକ ମଧ୍ୟ ଭୂତଳଜଳ ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ସେଥିପାଇଁ ପାଣି ହ୍ରାସ ପାଉଛି ବୋଲି ସରକାରୀ ଭାବେ କୁହାଯାଇଛି। ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ମାନସ ମୁର୍ମୁଙ୍କୁ ପଚାରିଲେ କୁହନ୍ତି, ୩ ବର୍ଷ ହେଲା ଜଳସ୍ତର ଏମିତି ହ୍ରାସ ପାଇବାରେ ଲାଗିଛି। ଏଥିରେ ସେମାନେ କିଛି କରିପାରିବେ ନାହିଁ ବୋଲି କହି ନିରାଶକ୍ତ କରିଛନ୍ତି। ପାରାଦୀପ ବନ୍ଦରର ବରିଷ୍ଠ ଯନ୍ତ୍ରୀ ଗଙ୍ଗାଧର ସେଠୀଙ୍କ ମତରେ ଆଧୁନିକ ଜୀବନଶୈଳୀ ମଧ୍ୟ କେତେକାଂଶରେ ଦାୟୀ। ୨୦୦୦ ମସିହା ପୂର୍ବରୁ ବହୁ ଲୋକ ବାହାରେ ସ୍ନାନ ଓ ଶୌଚ କରୁଥିଲେ। ସେତେବେଳେ ଜଣେ ଲୋକ ଦିନକୁ ୫ ଲିଟର ପାଣି ବ୍ୟବହାର କରୁଥିଲେ। ଏବେ ଜଣେ ୨୨୦ ଲିଟର ପାଣି ଆବଶ୍ୟକ କରୁଛି। ଜଳ ଉତ୍ସ ଯେତିକି ଅଛି ଆମେ ତାକୁ ନଷ୍ଟ କରିବାରେ ଲାଗିଛେ। ଆଗକୁ ଆହୁରି ଭୟଙ୍କର ସ୍ଥିତି ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri