Categories: ଜାତୀୟ

ଏଲ୍‌ଓସି ସୀମାରେ ଆତଙ୍କବାଦୀ ଆକ୍ରମଣ; ୨ ଯବାନ ଶହୀଦ

ଶ୍ରୀନଗର,୮ା୭- ଜମ୍ମୁ-କଶ୍ମୀର ଏଲ୍‌ଓସି ସୀମାରେ ଗୁରୁବାର ଭାରତୀୟ ସେନାର ଗୁଳିରେ ଦୁଇ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଏନ୍‌କାଉଣ୍ଟରରେ ଦୁଇ ଯବାନ ଶହୀଦ ହୋଇଥିବା ସୂଚନା ଦେଇଛନ୍ତି ଜମ୍ମୁ-କଶ୍ମୀରର ପ୍ରତିରକ୍ଷା ମୁଖପାତ୍ର।

ଗତ ଦୁଇ ଦିନ ମଧ୍ୟରେ ଏଲ୍‌ଓସିରେ ଏହା ଥିଲା ଦ୍ୱିତୀୟ ଏନ୍‌କାଉଣ୍ଟର। ଜମ୍ମୁରେ ଥିବା ବାୟୁସେନା ବେସ ଉପରେ ଡ୍ରୋନ ଆକ୍ରମଣ ପରେ ଏଲ୍‌ଓସି ସଂଲଘ୍ନ ଅଞ୍ଚଳରେ ଭାରତୀୟ ସେନା ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି।

ରାଜୋରୀ ଜିଲା ସୁନ୍ଦରବନୀ ସେକ୍ଟରରେ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲିଥିବା ସୂଚନା ମିଳିଥିଲା। ଗତ ୨୯ ତାରିଖରୁ ସେନା ପକ୍ଷରୁ ଜୋରଦାର କରାଯାଇଥିଲା ସର୍ଚ୍ଚ ଅପରେଶନ। ଆତଙ୍କବାଦୀଙ୍କୁ ଦାଦାଲ ଜଙ୍ଗଲରେ ଠାବ କରାଯାଇଥିଲା। ଭାରତୀୟ ସେନା ଉପରେ ପାକିସ୍ତାନୀ ଆତଙ୍କବାଦୀମାନେ ଗୁଳି ଚଲାଇବା ସହ ଗ୍ରେନେଡ ମାଡ଼ କରିଥିଲେ। ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲା ବେଳେ ଦୁଇ ଯବାନ ଶହୀଦ ହୋଇଛନ୍ତି। ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି। ଗତ ବୁଧବାର ଏନ୍‌କାଉଣ୍ଟରେ ହିଜବୁଲ ମୁଜାଇଦିନର ଜଣେ ଆତଙ୍କବାଦୀ ନିହତ ହୋଇଥିଲା।

Share