ରୁଚି-ଫ୍ରୋଜିଟ୍‌ର ୨ ନୂଆ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୭।୮: ପୂର୍ବ ଭାରତର ଅଗ୍ରଣୀ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ତଥା ଓଡ଼ିଶାର ୧ନଂ. ମସଲା ଉଦ୍ୟୋଗ ରୁଚି ଦ୍ୱାରା ପରିଚାଳିତ ଫ୍ରୋଜିଟ୍‌ର ୨ଟି ନୂଆ ଫୁଡ୍‌ ଆଉଟ୍‌ଲେଟ୍‌ ଶନିବାର ସ୍ଥାନୀୟ ପୁରୀଘାଟ ଓ ରାମଦାସପୁରଠାରେ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଭୂମିକା ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୁଚି ଫୁଡ୍‌ଲାଇନ୍‌ର ପରିଚାଳନା ନିର୍ଦ୍ଦେଶକ ଡ . ଶରତ କୁମାର ସାହୁ, ନିର୍ଦ୍ଦେଶିକା ସଙ୍ଗୀତା ସାହୁ, ନିର୍ଦ୍ଦେଶକ ଅରବିନ୍ଦ ସାହୁ, ନିର୍ଦ୍ଦେଶିକା ରଶ୍ମି ସାହୁ ଓ ସଲିନା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶାର ପ୍ରଥମ ଫ୍ରୋଜ୍‌ନ ଫୁଡ୍‌ ଉଦ୍ୟୋଗ ଫ୍ରୋଜିଟ୍‌ର ଏହା ହେଉଛି ୧୧ତମ ଏବଂ ୧୨ତମ ଆଉଟ୍‌ଲେଟ୍‌। ଫ୍ରୋଜିଟ୍‌ ଦୀର୍ଘ ୧୦ବର୍ଷ ଧରି ଓଡ଼ିଶାର ଖାଉଟିମାନଙ୍କୁ ଫ୍ରୋଜନ୍‌-ରେଡି-ଟୁ-ଇଟ୍‌, ରେଡି-ଟୁ-କୁକ୍‌, ବେକରି, ପ୍ରିମିୟମ୍‌ ଓ ସ୍ବାସ୍ଥ୍ୟୋପଯୋଗୀ ଖାଦ୍ୟ ତଥା ମୃଦୁପାନୀୟ ଯୋଗାଇବା ସହ ଓଡ଼ିଶାର ପାରମ୍ପରିକ ଖାଦ୍ୟ ପୋଡ଼ପିଠା ଓ ଖିରି ଆଦିକୁ ସ୍ବତନ୍ତ୍ର ଶୈଳୀରେ ପରିବେଷଣ କରିପାରୁଛି ବୋଲି ଫ୍ରୋଜିଟ୍‌ର ପ୍ରତିଷ୍ଠାତା ରଶ୍ମି ସାହୁ ମତବ୍ୟକ୍ତ କରିଛନ୍ତି। ସେହିଭଳି ପୁରୀଘାଟ ଆଉଟ୍‌ଲେଟ୍‌କୁ ଯୁବ ବ୍ୟବସାୟୀ ବିଶ୍ୱରଞ୍ଜନ ଘଡ଼ାଇ ଫ୍ରାଞ୍ଚାଇଜ୍‌ ଭାବେ ନେଇଥିବାବେଳେ ରାମଦାସପୁର ଆଉଟ୍‌ଲେଟ୍‌କୁ ଅବିନାଶ ପ୍ରସାଦ ଫ୍ରାଞ୍ଚାଇଜ୍‌ ଭାବେ ନେଇଛନ୍ତି। ଉଭୟ ଆଉଟ୍‌ଲେଟ୍‌ରେ ସ୍ପ୍ରିଙ୍ଗ୍‌ ରୋଲ୍‌, ପାସ୍ତା, ମଟନ-ଘିଅ ରୋଷ୍ଟ, ଚିକେନ୍‌ ଲଲିପପ୍‌, ବିରିୟାନୀ, ଲଚ୍ଛାପରଟା, ସାଣ୍ଡୱିଚ୍‌, ପେଟିସ୍‌, କେକ୍‌, କୁକିଜ୍‌ ଆଦି ବିଭିନ୍ନ ପ୍ରକାର ଗୁଣାମତ୍କ ଖାଦ୍ୟ ବିକ୍ରୟ ପାଇଁ ରହିଥିବା ବେଳେ ରୁଚି ଓ ଫ୍ରୋଜିଟ୍‌ ଦ୍ୱାରା ପ୍ରସ୍ତୁତ ଅନେକ ଖାଦ୍ୟଦ୍ରବ୍ୟ ମଧ୍ୟ ଉଭୟ ଷ୍ଟୋରରେ ଉପଲବ୍ଧ। ସେହିପରି ଫାର୍ମ-ବି ଦ୍ୱାରା ପ୍ରସ୍ତୁତ ଓଟସ୍‌,ଚକୋଚିପସ୍‌, ମ୍ୟୁସେଲି, କର୍ନଫେକ୍ଟସ୍‌ ଭଳି ଖାଉଟି ସାମଗ୍ରୀ ଆଦି ଉପଲବ୍ଧ ରହିଛି। ଅପରପକ୍ଷରେ ଉଦ୍‌ଘାଟନୀ ଅଫର ଭାବେ ଅଗଷ୍ଟ ୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ସମସ୍ତ ଦ୍ରବ୍ୟ ଉପରେ ୨୦% ରିହାତି ଦିଆଯାଉଛି ବୋଲି ଆଉଟ୍‌ଲେଟ୍‌ ମୁଖ୍ୟ ଅବିନାଶ ସିଂହ ପ୍ରକାଶ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଫ୍ରୋଜିଟର ଶିଳ୍ପା ଦାସ,ଆଦ୍ୟାଶା ପଟ୍ଟନାୟକ,ଶ୍ରୀକାନ୍ତ ମହାପାତ୍ର,ଦେବସ୍ମିତା ମିଶ୍ର, ସାଗ୍ନିକା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆବଶ୍ୟକ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

୨୦୨୬ରେ ଧନୀ ହେବେ କେମିତି? ଆପଣାନ୍ତୁ ଏହି ୫ଟି ଟ୍ରିକ୍‌, ହେବେ କୋଟିପତି!

ଆଜିକାଲି ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖନ୍ତି। ସମସ୍ତେ ବଡ଼ ବଡ଼ ଗାଡ଼ିରେ ଗାଡ଼ି ଚଲାଇ ଏକ ବିଳାସପୂର୍ଣ୍ଣ ଘରେ ରହିବାକୁ ଚାହାଁନ୍ତି। କିନ୍ତୁ ଏସବୁ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri