ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମାର ଶାନ୍ତି ପାଇଁ ଏପରି କଲେ ଭଉଣୀ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୨ ମାସ ବିତିଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ରହସ୍ୟରୁ ପରଦା ଉଠୁ ନାହିଁ। ସୁଶାନ୍ତଙ୍କ ପ୍ରଶଂସକ ତଥା ପରିବାର ସମସ୍ତେ ସତ ଜାଣିବାକୁ ଚାହିଁ ବସିଛନ୍ତି। ପରିବାର ପକ୍ଷରୁ ପାଟଣାରେ ମାମଲା ଦାୟର ହେବା ପରଠାରୁ ଏହି ମାମଲା ନୂଆ ମୋଡ ନେଇଛି। ପ୍ରତିଦିନ ଏହି ମାମଲାକୁ ନେଇ ନୂଆ ନୂଆ ପ୍ରସଙ୍ଗ ସମ୍ମୁଖକୁ ଆସୁଛି। ସୁଶାନ୍ତଙ୍କ ମୃତ୍ୟୁର ୨ ମାସ ପରେ ଭଉଣୀ ଶ୍ୱେତା ସିଂ କ୍ରିତି ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଭାଇ ପାଇଁ ଅଗଷ୍ଟ ୧୫ରେ ଗ୍ଲୋବାଲ ପ୍ରାର୍ଥନା ବିଷୟରେ ସେ କହିଛନ୍ତି। ଏହି ଗ୍ଲୋବାଲ ପ୍ରାର୍ଥନାରେ ସେ ଲୋକଙ୍କୁ ଯୋଗଦେବାକୁ ନିବେଦନ କରିଛନ୍ତି।
ଶ୍ୱେତା ଭାଇଙ୍କୁ ମନେ ପକାଇ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭାବପ୍ରବଣ ବାର୍ତ୍ତା ଲେଖିଛନ୍ତି। ସେ ଲେଖିଛନ୍ତି, ୨ ମାସ ହେଲାଣି, ତୁମେ ଆମକୁ ଛାଡି ଚାଲିଗଲ। ଆମେ ଏବେ ବି ସତ୍ୟ ଜାଣିବା ପାଇଁ ସଂଘର୍ଷ କରୁଛୁ। ଏଥିସହ ସେ ଲେଖିଛନ୍ତି, ସୁଶାନ୍ତଙ୍କ ପାଇଁ ଆୟୋଜିତ ୨୪ ଘଣ୍ଟିଆ ଗ୍ଲୋବାଲ ଆଧ୍ୟାତ୍ମିକ ଏବଂ ପ୍ରାର୍ଥନା ପର୍ଯ୍ୟବେକ୍ଷଣରେ ଆମ ସହିତ ଯୋଗଦେବାକୁ ମୁଁ ସମସ୍ତଙ୍କୁ ନିବେଦନ କରୁଛି। ଯାହାଫଳରେ ସୁଶାନ୍ତଙ୍କୁ ନ୍ୟାୟ ମିଳିପାରିବ ବୋଲି ସେ ଲେଖିଛନ୍ତି।

Share