Categories: ଜାତୀୟ

୨ ମାସର ଶିଶୁକୁ ତତଲା ଲୁହାରଡ୍‌ ଚେଙ୍କ ଦେଲେ କ୍ୱାକ୍‌

ପୋରବନ୍ଦର,୧୨।୨: ଗୁଜରାଟର ପୋରବନ୍ଦର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ୨ ମାସର ଶିଶୁକନ୍ୟାର କାଶ ଭଲ କରିବାକୁ ଯାଇ ଜଣେ କ୍ୱାକ୍‌ ତାଙ୍କୁ ତତଲା ଲୁହାରଡ୍‌ ଚେଙ୍କ ଦେଇଛନ୍ତି। ଶିଶୁଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଥିବା ବେଳେ କ୍ୱାକ୍‌ଙ୍କୁ ଗିରଫ କରାଯାଇଛି।

କ୍ୱାକ୍‌ଙ୍କ ବିରୋଧରେ ଶିଶୁଙ୍କ ମାଆ ଥାନାରେ ଏତଲା ଦେଇଥିଲେ। ମିଳିଥିବା ସୂଚନା ମୁତାବକ, ଶିଶୁଟି ସପ୍ତାହେ ହେଲା କାଶ ଏବଂ କଫରେ ପୀଡ଼ିତ ଥିବାବେଳେ ପରିବାର ଲୋକେ ଦେଶୀ ଚିକିତ୍ସା କରାଉଥିଲେ। ଏଥିରେ ସୁସ୍ଥ ନ ହେବାରୁ ସେମାନେ ଦେବରାଜଭାଇ କଟାରା ନାମକ କ୍ୱାକ୍‌ଙ୍କ ପାଖକୁ ନେଇଥିଲେ। କଟାରା ଶିଶୁକନ୍ୟାର ଛାତି ଓ ପେଟରେ ତତଲା ଲୁହାରଡ୍‌ ଚେଙ୍କ ଦେଇଥିଲେ। ସେଥିରେ ଭଲ ନ ହେବାରୁ ଶିଶୁଟିକୁ ପୋରବନ୍ଦରର ଭାବସିଂଜୀ ଜେନେରାଲ ହସ୍ପିଟାଲ ନେବାପରେ ଘଟଣାର ପର୍ଦ୍ଦାଫାଶ ହୋଇଥିଲା।

Share