୨ ମାସର କଂକ୍ରିଟ ରାସ୍ତା ଫାଟିଲା

ଯାଜପୁର ରୋଡ,୨୦ା୮(ଡି.ଏନ.ଏ.): ଯାଜପୁର ଜିଲାର ଅନ୍ୟତମ ପ୍ରମୁଖ ସହର ବ୍ୟାସନଗର ପୌରାଞ୍ଚଳରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ସହରର ସଫେଇ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ ହେଉଥିବାବେଳେ ଏବେ ପୁଣି ବିଭିନ୍ନ ୱାର୍ଡ ରାସ୍ତାରେ ନିମ୍ନମାନର କଂକ୍ରିଟକରଣ କାର୍ଯ୍ୟ ଦେଖିବାକୁ ମିଳିଛି। ଗୋଶାଳା ଛକଠାରୁ ମହତାବନଗର ଦେବେଶ୍ୱର ମନ୍ଦିର ପର୍ଯ୍ୟନ୍ତ ନିର୍ମିତ କଂକ୍ରିଟ ରାସ୍ତା ୨ ମାସରେ ଫାଟିଯାଇଛି। ଏଥିରୁ ପୌର ପ୍ରଶାସନର ସ୍ବଚ୍ଛତା ଏବଂ ପିସି (ପର୍ସେଣ୍ଟେଜ୍‌) କାରବାର ଅବସାନ ପାଇଁ ରାଜ୍ୟ ସରକାରଙ୍କ ସ୍ଲୋଗାନ ଫସର ଫାଟିଛି ବୋଲି ଅଭିଯୋଗ ହୋଇଛି।
୨୫ ନମ୍ବର ୱାର୍ଡ ଗୋଶାଳା ଛକଠାରୁ ମହତାବନଗର ରାସ୍ତା ପାଇଁ ୨୦୨୦-୨୧ରେ ୮ ଲକ୍ଷ ୨୫ ହଜାର ୫୦୦ ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ରଶ୍ମିତା ପ୍ରଧାନଙ୍କୁ ଏହି କାର୍ଯ୍ୟ ସମ୍ପାଦନ ଦାୟିତ୍ୱ ଦିଆଯାଇଥିଲା। ପୂର୍ବରୁ ଏହା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ସମ୍ପୃକ୍ତ ୱାର୍ଡବାସୀ ବିିଭିନ୍ନସ୍ତରରେ ରାସ୍ତା ନିର୍ମାଣ କରିବାକୁ ଦାବି କରିଥିଲେ। ଗତ ଜୁନରେ ଏହି କଂକ୍ରିଟକରଣ ଶେଷ ହୋଇଥିଲା। ତାହା ଏବେ ମଝିରେ ଫାଟ ସୃଷ୍ଟି ହୋଇଛି। ଏଷ୍ଟିମେଟ ଅନୁସାରେ ଆବଶ୍ୟକ ପରିମାଣର ନିର୍ମାଣ ସାମଗ୍ରୀ ବ୍ୟବହାର ନ ହେବା, ନାମୀ ବ୍ରାଣ୍ଡ୍‌ର ସିମେଣ୍ଟ ବ୍ୟବହାରକୁ ଅଣଦେଖା, କାର୍ଯ୍ୟ ଶେଷ ପରେ ଠିକ୍‌ ଭାବେ ପାଣି ସିଞ୍ଚନ ନ କରିବା, କାର୍ଯ୍ୟ ସମୟରେ ଯନ୍ତ୍ରୀଙ୍କ ଅନୁପସ୍ଥିତି ଆଦି କାରଣରୁ ଏଭଳି ହୋଇଥିବା ଅଭିଯୋଗ ହେଉଛି। ଆଉ କିଛି ଦିନ ପରେ ରାସ୍ତାଟି ସମ୍ପୂର୍ଣ୍ଣ ଭାବେ ଗମନାଗମନ ଅନୁପଯୋଗୀ ହୋଇଯିବ ବୋଲି ପଡ଼ାବାସୀ ପ୍ରକାଶ କରିଛନ୍ତି। ଏହା ଭିଆଇପି ରାସ୍ତା ଭାବେ ପରିଚିତ। ଉକ୍ତ ୱାର୍ଡରେ ବହୁ ପ୍ରତିଷ୍ଠିତ ଡାକ୍ତର, ଶିକ୍ଷକ, ଆଇନଜୀବୀ, କମ୍ପାନୀଗୁଡିକରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ପରିବାର ବସବାସ କରୁଛନ୍ତି। ସେମାନେ ଏବେ ପୌର ପ୍ରଶାସନର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି।
ବିନା ପିସିରେ ଫାଇଲ ଏଠାରେ ଘୁଞ୍ଚେ ନାହିଁ ବୋଲି କେତେଜଣ ଠିକାଦାର ଅଭିଯୋଗ କରିଛନ୍ତି। କହିବାକୁ ଗଲେ ପିସି କାରବାର ଏଠାରେ ଚରମସୀମାରେ ପହଞ୍ଚିଛି। ଏହି ବିଭାଗରେ ବାର୍ଷିକ ବିପୁଳ ଟଙ୍କା ବ୍ୟୟ କରି ଉନ୍ନୟନ କାର୍ଯ୍ୟ ଚାଲିଥିବାରୁ ପିସି ଆକାରରେ ନିରୂପିତ ଅର୍ଥ ଭାବେ ସିଂହଭାଗ ବାଟମାରଣା ହୋଇଯାଉଛି ବୋଲି ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଅଭିଯୋଗ କରିଛନ୍ତି। ନେତାଙ୍କ ଛତ୍ରଛାୟା ତଳେ ରହି କେତେଜଣ ନିର୍ଦ୍ଦିଷ୍ଟ ଠିକାଦାର ଉନ୍ନୟନ ଅର୍ଥକୁ ହଡପ କରୁଥିବା ଅଭିଯୋଗ ହେଉଛି। ସହରର ପରିମଳ କାର୍ଯ୍ୟରେ ମଧ୍ୟ ଅନୁରୂପ ଅବସ୍ଥା। ଠିକାସଂସ୍ଥା ସହ ଭିତିରି ବୁଝାମଣା କରି ଖର୍ଚ୍ଚର ସିଂହଭାଗ ଅର୍ଥ ବାଟମାରଣା କରାଯାଉଛି। ସହରରେ ୧୬୦ ଶ୍ରମିକଙ୍କୁ ନିୟୋଜନ କରିବାକୁ ଚୁକ୍ତି ହୋଇଥିଲେ ହେଁ ୭୦/୮୦ ଜଣ ଶ୍ରମିକଙ୍କୁ ନିୟୋଜନ କରାଯାଉଛି। ସଫେଇ କାର୍ଯ୍ୟ ପାଇଁ ମାସିକ ପ୍ରାୟ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ସୂଚନା ମିଳିଛି। କିନ୍ତୁ ଏହି ଅର୍ଥର ପ୍ରାୟ ୫୦% ଭାଗବଣ୍ଟାରେ ଯାଉଛି ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି, କଂକ୍ରିଟକରଣରେ ଫାଳ ହେଉଥିବା ରାସ୍ତାର ମରାମତି କରିବାକୁ ସମ୍ପୃକ୍ତ ଠିକାଦାରଙ୍କୁ ନିର୍ଦ୍ଦେଶ ହୋଇଛି। ଖୁବ୍‌ଶୀଘ୍ର ଏହାର ମରାମତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri