ବଜ୍ରପାତରେ ଶିଶୁଙ୍କ ସମେତ ୨ ନାବାଳକ ଗୁରୁତର

ଟିକିରି,୩୦ା୪(ଡି.ଏନ୍‌.ଏ.): କାଳବୈଶାଖୀ ପ୍ରଭାବରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ଝୋଡିଆ ସାହିରେ ରବିବାର ଝଡ଼ବର୍ଷା ହୋଇଥିଲେ। ସେତିକିବେଳେ ବଜ୍ରପାତ ଘଟି ଆଦିବାସୀ ସାହି ପଛପଟେ ଗଛମୂଳେ ଖେଳୁଥିବା ୩ ବର୍ଷିୟ ଶିଶୁ ଓ ୨ଜଣ ନାବାଳକ ଗୁରୁତର ହୋଇଛନ୍ତି। ସେମାନେ ହେଲେ ସାହିର ସୀମା ମାଝୀଙ୍କ ପୁଅ ସିଦ୍ଧାନ୍ତ(୧୪), ଟଙ୍କଧର ମାଝୀଙ୍କ ପୁଅ କୁମାର(୧୪) ଓ ଧନେଶ୍ୱର ମାଝୀଙ୍କ ପୁଅ ବୀରେନ(୩)। ସମସ୍ତଙ୍କୁ ଟିକିରି ପ୍ରାଥମିକ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସା ପରେ ସ୍ବାସ୍ଥ୍ୟବସ୍ଥା ଠିକ ଥିବା ଡାକ୍ତର କହିଛନ୍ତି।