Categories: ଜାତୀୟ

ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ: ଚାଲିଛି ସର୍ଚ୍ଚ ଅପରେସନ

ଶ୍ରୀନଗର,୨୬।୧୨-ଜାମ୍ମୁ ଓ କାଶ୍ମୀରର ସୋପିଅନ ଜିଲା କାନିଗାମ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ଏନ୍‌ କାଉଣ୍ଟରରେ ଶନିବାର ୨ ଆତଙ୍କବାଦୀ ନିହତ ହୋଇଛନ୍ତି। କିଛି ଆତଙ୍କବାଦୀ ସେଠାରେ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଚାଲିଥିଲା। ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ଆତଙ୍କୀ ଟଳିଥିଲେ। ଖବରଲେଖା ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରହିଛି।

Share