ବେଜିଂରେ କରୋନା ସଂକ୍ରମଣରେ ୨ ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁ…

ବେଜିଂ,୧୭।୧୨ : ଦୁନିଆରେ କରୋନା ସଂକ୍ରମଣ ବର୍ତ୍ତମାନ ଧୀରେ ଧୀରେ ହ୍ରାସ ପାଉଛି। ତଥାପି, ବିପଦ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ଦୂର ହୋଇନାହିଁ। ନିକଟରେ କରୋନାରେ ଆକ୍ରାନ୍ତ ହୋଇ ଚାଇନାର ଦୁଇ ପୂର୍ବତନ ଗଣମାଧ୍ୟମ ପ୍ରତିନିଧିଙ୍କର ବେଜିଂରେ ମୃତ୍ୟୁ ଘଟିଛି। ଶୁକ୍ରବାର ସ୍ଥାନୀୟ ଗଣମାଧ୍ୟମ ଏହାର ରିପୋର୍ଟ ଦେଇଛି। ଡିସେମ୍ବର ୭ ରେ ଅଧିକାଂଶ ମହାମାରୀ ନିୟନ୍ତ୍ରଣ ନୀତି ହଟାଯିବା ପରେ ପ୍ରଥମ ମୃତ୍ୟୁ ହୋଇଥିବା ଜଣାଯାଇଛି।
ପିପୁଲ୍ସ ଡେଲିର ୭୪ ବର୍ଷିୟ ପୂର୍ବତନ ସାମ୍ବାଦିକ ୟାଙ୍ଗ ଲିଆଙ୍ଗହୁଙ୍କର ଡିସେମ୍ବର ୧୫ରେ ଦେହାନ୍ତ ହୋଇଥିବାବେଳେ ଚାଇନା ୟୁଥ ଡେଲିର ପୂର୍ବତନ ସମ୍ପାଦକ ଜୋ ଜିଚୁନଙ୍କର ଡିସେମ୍ବର ୮ ରେ ଦେହାନ୍ତ ହୋଇଛି। ପତ୍ରିକା କାଇସିନ ଅନୁଯାୟୀ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା।

ଏହାପୂର୍ବରୁ, କରୋନା ନିୟମରେ ଅଳସୁଆତା ହେତୁ ଚାଇନାରେ ଏକ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଶି ଜିନପିଙ୍ଗ ସରକାରଙ୍କୁ କୋଭିଡ କେୟାର ସେଣ୍ଟର ସଂଖ୍ୟା ବୃଦ୍ଧି କରିବାକୁ ପଡିଥିଲା। ଏହା ବ୍ୟତୀତ ଡାକ୍ତରଖାନାଗୁଡ଼ିକରେ ସ୍ବାସ୍ଥ୍ୟ ସେବାକୁ ମଜବୁତ କରାଯାଇଥିଲା। ରାଷ୍ଟ୍ରପତି ଜିନପିଙ୍ଗଙ୍କ ସରକାର ଏହା ସ୍ପଷ୍ଟ କରିଛନ୍ତି ଯେ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଏହା ପ୍ରତିଶ୍ରୁତିବଦ୍ଧ।

Share