ଏନ୍‌କାଉଣ୍ଟରରେ ୨ ମାଓବାଦୀ ନିହତ ଘଟଣା: ମୃତ ଧନ ମାଓବାଦୀ ନୁହେଁ, ଶ୍ରମିକ ଥିଲେ

କୋରାପୁଟ/ଜୟପୁର/,୧୩।୧୧(ସ୍ବ.ପ୍ର./ନି.ପ୍ର.): କୋରାପୁଟ ଜିଲାର ବୈପାରିଗୁଡ଼ା ଥାନା ଅନ୍ତର୍ଗତ ମାଳିପଦର ଜଙ୍ଗଲରେ ଗୁରୁବାର ରାତିରେ ଏସ୍‌ଓଜି ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ଶନିବାର ଜଣଙ୍କର ମୃତଦେହ ସମ୍ପୃକ୍ତ ମାଓବାଦୀଙ୍କ ପରିବାର ଲୋକେ ଚିହ୍ନଟ କରିବା ସହ ଗୁରୁତର ଅଭିଯୋଗ ଆଣିଛନ୍ତି। ମୃତକ ହେଲେ ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଭେଜାଗଡ଼ା ପଞ୍ଚାୟତ ସର୍ଗିଗୁଡ଼ା ଗ୍ରାମର ଧନ କମାର (୪୧)। ସେ ମାଓବାଦୀ ନୁହେଁ, ଜଣେ ଶ୍ରମିକ ଥିଲେ ବୋଲି ଏଠାରେ ପରିବାର ଲୋକେ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି। ଧନ ଭେଜାଗୁଡ଼ାର ୬ ଜଣ ଓ କୋଟପାଡ଼ ଅଞ୍ଚଳର ୩ ଶ୍ରମିକଙ୍କ ସହ ଗଞ୍ଜେଇ ବେପାରୀଙ୍କ ନିକଟରୁ କାଉଡ଼ିରେ ଗଞ୍ଜେଇ ନେଇ କୋରାପୁଟ ଜିଲାର ମାଳିପଦର ଜଙ୍ଗଲ ଦେଇ କୋଟପାଡ଼ ଅଞ୍ଚଳକୁ ଯାଉଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିର ଶିକାର ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ନେଇ ସେମାନେ ମାନବିକ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହେବେ ବୋଲି ସାମାଜିକ କର୍ମୀ ଶରତ ଚନ୍ଦ୍ର ବୁରୁଦା କହିଛନ୍ତି। ସେହିପରି ଧନଙ୍କ ଗାଁ ଲୋକେ ମଧ୍ୟ ଏହି ଘଟଣାରେ ନ୍ୟାୟ ପାଇଁ ମାନବିକ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହେବେ ବୋଲି ପ୍ରକାଶ କରିଛନ୍ତି। ଏ ପର୍ଯ୍ୟନ୍ତ ଅନ୍ୟ ଜଣେ ମୃତକଙ୍କର ପରିଚୟ ମିଳିପାରିନାହିଁ।
ସୂଚନାଯୋଗ୍ୟ, ଗୁରୁବାର ରାତିରେ କୋରାପୁଟ ଏସ୍‌ଓଜିର ଏକ ଟିମ୍‌ ବୈପାରିଗୁଡ଼ା ଥାନା ଅନ୍ତର୍ଗତ ଅଟାଳଗୁଡ଼ା, ମାଳିପଦର, ବଦଳିପାହାଡ଼ ଗ୍ରାମ ନିକଟସ୍ଥ ଜଙ୍ଗଲରେ ମାଓବାଦୀ ବିରୋଧୀ ଅଭିଯାନ ଚଳାଇଥିଲେ। ମାଳିପଦର ଜଙ୍ଗଲରେ ପୋଲିସକୁ ଦେଖି ମାଓବାଦୀମାନେ ଗୁଳି ଚଳାଇଥିଲେ। ପରେ ଏସ୍‌ଓଜି ଯବାନମାନେ ମଧ୍ୟ ପାଲଟା ଗୁଳି ଚଳାଇଥିଲେ। ପୋଲିସ ଗୁଳିର ସାମ୍‌ନା କରି ନ ପାରି ସେଠାରେ ଥିବା ୧୦ରୁ ୧୫ ଜଣ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ଏହାପରେ ଯାଞ୍ଚ ସମୟରେ ୨ ମାଓବାଦୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା ବୋଲି ଶୁକ୍ରବାର ଡିଆଇଜି ରାଜେଶ ପଣ୍ଡିତ କୋରାପୁଟଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଥିଲେ। ଏଥିସହ ଘଟଣାସ୍ଥଳରୁ ବିପୁଳ ପରିମାଣରେ ବିସ୍ଫୋରକ, ୩ ଦେଶୀ ବନ୍ଧୁକ, ୨ ହଳ ମାଓବାଦୀ ପୋଷାକ, ୫ ଡିଟୋନେଟର, ଗୋଟିଏ ବଣ୍ଡଲ କୋଡେକ୍ସ ତାର, ମୋବାଇଲ ଚାର୍ଜର, ୩ ବୁଲେଟ ଖୋକା, ଗୋଟିଏ ଟିଫିନ ବୋମା, ୧୦ ଜରି ବସ୍ତାରେ ଥିବା ଗଞ୍ଜେଇ , ୫ଟି ପଲିଥିନ ସିଟ୍‌, ମାଓବାଦୀଙ୍କ ପୁସ୍ତକ ଓ ପତ୍ରିକା, ମେଡିସିନ ଆଦି ଜବତ ହୋଇଥିବା ସୂଚନା ଦିଆଯାଇଥିଲା। ପରିଚୟ ମିଳି ନ ଥିବା ବ୍ୟକ୍ତିଙ୍କ ମୃତଦେହ ଜୟପୁର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କେନ୍ଦ୍ରରେ ରଖାଯାଇଛି। ୭୨ ଘଣ୍ଟା ପରେ କେହି ସମ୍ପର୍କୀୟ ନ ଆସିଲେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ କରି ପୋତାଯିବ ବୋଲି ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri