ଭାଗ୍ୟ ପରଖିବେ ୨ ମହାରଥୀ

ଖଇରା, ୨୬ ।୨(ଡି.ଏନ.ଏ.)

ବାଲେଶ୍ୱର ଜିଲା ଖଇରା ବ୍ଲକ ୩ନଂ. ଜୋନର ଭୋଟ ଗଣତି କାର୍ଯ୍ୟ ଶନିବାର ଖଇରା ମହାବିଦ୍ୟାଳୟ ପରିସରରେ କରାଯିବାକୁ ସବୁପ୍ରକାର ବନ୍ଦୋବସ୍ତ କରାଯାଇଛି ା ସକାଳ ୮ଟାରୁ ଅନୁଷ୍ଠିତ ହେବାକୁ ଥିବା ଏହି ଗଣତି ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ବିଡିଓ ପର୍ଶୁରାମ ପଣ୍ଡା ଓ ପରିଚାଳନା ଦାୟିତ୍ୱରେ ଥିବା ସମାଜ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ତ୍ରିଦେବ ସୁନ୍ଦର ବରାଳ କହିଛନ୍ତି ା ସୁରକ୍ଷା ଲାଗି ପର୍ଯ୍ୟାପ୍ତ ପୋଲିସ ବନ୍ଦୋବସ୍ତ କରାଯାଇଛି ା ଖଇରା ମହାବିଦ୍ୟାଳୟ ସମ୍ମୁଖ ସୋର-କୁପାରୀ ରାସ୍ତାରେ ଭିଡ ନ ଜମାଇବାକୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି ା ଜଣେ ଅତିରିକ୍ତ ଏସ୍‌ପି, ୨ ଇନ୍ସପେକ୍ଟରଙ୍କ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ନେଇ ଆଇଆଇସି ଗଣେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି।
ଜିଲା ପରିଷଦ ଜୋନ ଅଧୀନରେ ଥିବା ବଡନୂଆଗାଁ, ବର୍ତ୍ତନା, ବାଉଁଶଗଡିଆ, ଗଡପୋଖରୀ, ହରିପୁର, କଇଥଗଡିଆ, କୁପାରୀ, ନୟାଖଣ୍ଡି, ରଟିଣା, ସାରକୋଣା ଆଦି ପଞ୍ଚାୟତରେ ସରପଞ୍ଚ ଏବଂ ସମସ୍ତ ୱାର୍ଡସଭ୍ୟ ପଦବୀ ପାଇଁ ଭୋଟଗଣତି ହେବ ା ଏଥିପାଇଁ ନିଯୁକ୍ତ ହୋଇଥବା ୭୦ଜଣ ପ୍ରାଥମିକ ସ୍କୁଲ ଶିକ୍ଷକମାନଙ୍କୁ ଶୁକ୍ରବାର ତାଲିମ ପ୍ରଦାନ କରାଯାଇଛି ା
କୁପାରୀ ଜୋନ ଜିଲା ପରିଷଦ ପଦବୀରେ ଚଳିତ ନିର୍ବାଚନରେ ଖଇରା ରାଜନୀତିରେ ୨ ମହାରଥୀଙ୍କ ମଧ୍ୟରେ ଲଢେଇ ହେଉଛି। ଏହି ଜୋନରେ ୨ଥର ଜିଲା ପରିଷଦ ପଦବୀ ଅକ୍ତିଆର କରିଥିବା ଭାଜପାର ଗଜେନ୍ଦ୍ର ପ୍ରସାଦ ଦାସ ଓ ୨ ଥର ବ୍ଲକ ଉପାଧ୍ୟକ୍ଷ ହୋଇଥିବା ବିଜେଡିର ଜୟନ୍ତ କୁମାର ରାଉତ ମୁହାଁମୁହିଁ ହୋଇଛନ୍ତି ା ସେହିଭଳି ଗଜେନ୍ଦ୍ରଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନାରାଣୀ ଦାସ ଓ ଜୟନ୍ତଙ୍କ ଭାଇବୋହୂ ଭବଜ୍ୟୋତ୍ସ୍ନା ନାୟକଙ୍କ ମଧ୍ୟରେ କଡା ମୁକାବିଲା ହେଉଛି। ଏହଛଡା ପୂର୍ବରୁ ଜିଲା ପରିଷଦ ସଭ୍ୟ ରହିବା ସହ ଏକାଧିକ ବାର ସରପଞ୍ଚ ରହିଥିବା ବିଷ୍ଣୁ ଘଡେଇ ହରିପୁରରୁ ସମିତିସଭ୍ୟ ତଥା ରଟିଣାରୁ ସମିତିସଭ୍ୟା ଭାବେ ଲଢୁଥିବା ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଛବିଲତା ମହାପାତ୍ରଙ୍କ ଭାଗ୍ୟ ପରୀକ୍ଷା ହେବ।