ରଥଖଳାରେ ପଶିଲା କରୋନା, ୨ ମହାରଣା ପଜିଟିଭ୍‌ ଚିହ୍ନଟ

ପୁରୀ ଅଫିସ,୧୯।୫: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ରଥଖଳା ଚଳଚଞ୍ଚଳ ହୋଇଉଠିଛି। ତେବେ କୋଭିଡ୍‌ କଟକଣା ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ୨ ମହାରଣା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉଭୟ ନନ୍ଦିଘୋଷ ରଥର ନିର୍ମାଣ କାମ କରୁଥିଲେ। ଦୁଇ ମହାରଣାଙ୍କୁ ବର୍ତ୍ତମାନ ଆଇସୋଲେଶନରେ ରଖାଯାଇଥିବା ଜଣାପଡ଼ିଛି।