ପୃଥକ ଦୁର୍ଘଟଣାରେ ଗଲା ୨ ଜୀବନ

କେନ୍ଦୁଝର,୧୩।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଟାଉନ ଥାନା ଅନ୍ତର୍ଗତ ଧୃପଦା ନିକଟ ଏନ୍‌ଏଚ ୪୯ରେ ସୋମବାର ସନ୍ଦ୍ୟାରେ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଓ ଟ୍ରକ୍‌ ମୁହାଁ ମୁହିଁ ହେବାରୁ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ରାଜ କୁମାର ମହାନ୍ତ ଏବଂ ଘର ପଣ୍ଡାପଡ଼ା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ବୋଲି ଜଣା ପଡିଛି। ପୋଲିସ ଗାଡ଼ି ଜବତ କରି ତଦନ୍ତ କରୁଛି।
ସେହିପରି ପଣ୍ଡାପଡ଼ା ଥାନା ଅନ୍ତର୍ଗତ ନଳପଙ୍ଗା ନିକଟରେ ଏକ ବାଇକ୍‌ ଧକ୍କାରେ ଜଣେ ବାଟୋଇଙ୍କ ମୃତ୍ୟୁ ଘଟିଛି। ତାଙ୍କ ପରିଚୟ ମିଳିନାହିଁ।