ଟ୍ରେନ୍‌ରେ କଟିଗଲା ୨ ଗୋଡ଼

ଅନୁଗୋଳ, ୫ା୮ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା କୁମଣ୍ଡ ଚଣ୍ଡୀ ବଜାର ଛକ ନିକଟ ରେଳ ଧାରଣାରେ ଜଣେ ମହିଳା ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ତାଙ୍କ ୨ ଗୋଡ଼ କଟିଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ରେଲଓ୍ବେ ପୋଲିସ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସମ୍ପୃକ୍ତ ମହିଳାଙ୍କ ଘର ରାଣୀଗୁଡ଼ା ଅଞ୍ଚଳରେ। ବନ୍ତଳା ଥାନା ଅଞ୍ଚଳରେ ସେ ବିବାହ କରିଥିବା ବେଳେ ସ୍ବାମୀଙ୍କ ମୃତ୍ୟୁ ପରେ ରାଣୀଗୁଡ଼ାରେ ଦୁଇ ଝିଅଙ୍କ ସହ ରହୁଥିଲେ। ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ ତାହା ଜଣାପଡ଼ି ନାହିଁ।