Posted inଜାତୀୟ

ଦେଶରେ ୨ଟି ଆଇନ ଚାଲିବନି

ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଭାରତର ସମସ୍ତ ନାଗରିକଙ୍କ ପାଇଁ ଗୋଟିଏ ଆଇନ ପ୍ରଚଳନ କରିବା ହେଉଛି ୟୁନିଫର୍ମ ସିଭିଲ୍‌ କୋଡ୍‌ ବା ଏକକ ଦଓ୍ବୋନୀ ସଂହିତା (ୟୁସିସି)। ନିକଟରେ ୨୧ତମ ଆଇନ କମିଶନ ୟୁସିସି ଉପରେ ବିଭିନ୍ନ ପକ୍ଷ, ଧର୍ମୀୟ ସଂସ୍ଥା ଓ ସାଧାରଣ ଜନତାଙ୍କ ମତାମତ ଲୋଡ଼ିବା ପରଠୁ ଏହି ପ୍ରସଙ୍ଗରେ ଚର୍ଚ୍ଚା ଜୋର୍‌ ଧରିଛି। ବିରୋଧୀ ଦଳଗୁଡ଼ିକ ଏହା ଉପରେ ପ୍ରଶ୍ନ ଉଠାଉଥିବାବେଳେ ସେମାନେ ମୁସଲମାନ ସମ୍ପ୍ରଦାୟକୁ ବିଭ୍ରାନ୍ତ କରି ଉସୁକାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଲୋଚନା କରିଛନ୍ତି।

ନୂଆଦିଲ୍ଲୀ,୨୮ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏକକ ଦଓ୍ବୋନୀ ସଂହିତା (ୟୁସିସି) ସପକ୍ଷରେ ଦୃଢ଼ ମତ ରଖିଛନ୍ତି। ଡିସେମ୍ବରରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଭୋପାଳରେ ‘ମେରା ବୁଥ୍‌ ସବ୍‌ସେ ମଜବୁତ୍‌’ କ୍ୟାମ୍ପେନ୍‌ ବେଳେ ଭାଜପା କର୍ମୀମାନଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, ଗୋଟିଏ ପରିବାରରେ ଯେପରି ଭିନ୍ନ ଭିନ୍ନ ନିୟମ ଚାଲେନାହିଁ, ସେହିପରି ଦେଶରେ ମଧ୍ୟ ୨ଟି ଆଇନ ଚାଲିପାରିବ ନାହିଁ। ମୁସଲମାନଙ୍କୁ ବୁଝିବାକୁ ପଡ଼ିବ ଯେ, ସେମାନଙ୍କୁ କେଉଁ ରାଜନୈତିକ ଦଳ ଉସୁକାଉଛି ଓ ନିଜ ସ୍ବାର୍ଥ ପାଇଁ ଧ୍ୱଂସ କରୁଛି। ସମ୍ବିଧାନରେ ସମସ୍ତ ନାଗରିକଙ୍କ ପାଇଁ ସମାନ ଅଧିକାର ସମ୍ପର୍କରେ ଉଲ୍ଲେଖ କରାଯାଇଛି। ସୁପ୍ରିମକୋର୍ଟ ମଧ୍ୟ ଏକ ସମାନ ନାଗରିକ ସଂହିତା ପ୍ରଣୟନ ଲାଗି ପରାମର୍ଶ ଦେଇଛନ୍ତି। ନିଷିଦ୍ଧ ଘୋଷିତ ‘ତିନି ତଲାକ୍‌’ ଇସ୍‌ଲାମ୍‌ର ଅବିଚ୍ଛେଦ୍ୟ ଅଙ୍ଗ କି? ଇଜିପ୍ଟ, ଇଣ୍ଡୋନେସିଆ, କାତାର, ଜୋର୍ଡାନ୍‌, ସିରିଆ, ବାଂଲାଦେଶ ଓ ପାକିସ୍ତାନ ଭଳି ମୁସଲମାନ ବହୁଳ ଦେଶଗୁଡ଼ିକରେ ‘ତିନି ତଲାକ୍‌’ ଦିଆଯାଉ ନାହିଁ। ଇଜିପ୍ଟର ମୋଟ ଜନସଂଖ୍ୟାର ୯୦% ହେଉଛନ୍ତି ସୁନ୍ନି ମୁସଲମାନ। ସେଠାରେ ୮୦-୯୦ ବର୍ଷ ପୂର୍ବେ ଟ୍ରିପଲ୍‌ ତଲାକ୍‌ ଉଚ୍ଛେଦ ହୋଇସାରିଛି। ଭାରତରେ ଯେଉଁମାନେ ଏହା ସପକ୍ଷରେ ଓକିଲାତି କରୁଛନ୍ତି, ସେମାନେ ଭୋଟବ୍ୟାଙ୍କ ପାଇଁ ଭୋକିଲା ଅଛନ୍ତି। ସେମାନେ ମୁସଲମାନ ଝିଅମାନଙ୍କ ସହ ଅତି ଅନ୍ୟାୟ କରୁଛନ୍ତି। ମୁଁ ଯେଉଁଠାକୁ ଗଲେ ବି ମୁସଲମାନ ଭଉଣୀ ଓ ଝିଅମାନେ ଭାଜପାକୁ ସମର୍ଥନ କରୁଛନ୍ତି। ଭାଜପାକୁ ଟାର୍ଗେଟ କରୁଥିବା ଲୋକେ ଯଦି ପ୍ରକୃତରେ ମୁସଲମାନଙ୍କ ଶୁଭଚିନ୍ତକ ହୋଇଥାନ୍ତେ, ତେବେ ଏହି ସମ୍ପ୍ରଦାୟର ଅଧିକାଂଶ ପରିବାର ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଏତେ ପଛାଇ ନ ଥାନ୍ତେ ବୋଲି କଂଗ୍ରେସକୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି।
ୟୁସିସି ମନ୍ତବ୍ୟ ପରେ ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିଛନ୍ତି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଦଳ ଡିଏମ୍‌କେ କହିଛିି, ୟୁସିସି ପ୍ରଥମେ ହିନ୍ଦୁଙ୍କଠାରେ ଲାଗୁ ହେବା ଉଚିତ। ଏହା ପରେ ହିନ୍ଦୁମାନେ ମନ୍ଦିରଗୁଡ଼ିକରେ ପ୍ରାର୍ଥନା କରିବାକୁ ଏସ୍‌ସି/ଏସ୍‌ଟିଙ୍କ ସମେତ ସବୁ ଜାତିର ଲୋକଙ୍କୁ ଅନୁମତି ପ୍ରଦାନ କରନ୍ତୁ। ଆମେ ୟୁସିସି ଚାହୁଁନାହୁଁ। କାରଣ ସମ୍ବିଧାନ ସବୁ ଧର୍ମକୁ ସୁରକ୍ଷା ଦେଇଛି ବୋଲି ଡିଏମ୍‌କେ ନେତା ଟିକେଏସ୍‌ ଏଲାଙ୍ଗୋଭାନ୍‌ କହିଛନ୍ତି। ସେହିପରି କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ କହିଛନ୍ତି, ପ୍ରଧାନମନ୍ତ୍ରୀ ପ୍ରଥମେ ଦେଶରେ ଲାଗିରହିଥିବା ଦାରିଦ୍ର୍ୟ, ଦରଦାମ୍‌ ବୃଦ୍ଧି ଓ ବେରୋଜଗାରି ଉପରେ ଉତ୍ତର ଦିଅନ୍ତୁ। ସେ ମଣିପୁର ପ୍ରସଙ୍ଗରେ କିଛି କୁହନ୍ତି ନାହିଁ। ସାରା ରାଜ୍ୟ ଜଳୁଛି। ଏହି ସବୁ ପ୍ରସଙ୍ଗ ଉପରୁ ମୋଦି ଲୋକଙ୍କ ଧ୍ୟାନ ହଟାଉଛନ୍ତି। ହାଇଦ୍ରାବାଦ ଏମ୍‌ପି ତଥା ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ୍‌ ଓଓ୍ବାଇସି କହିଛନ୍ତି, ମୋଦି ସରକାର ୟୁସିସି ନାମରେ ଦେଶର ବହୁଳବାଦକୁ ଛଡ଼ାଇନେବାକୁ ବସିଛନ୍ତି। ସଂଯୁକ୍ତ ଜନତା ଦଳ (ଜେଡିୟୁ) ନେତା ବିଜୟ କୁମାର ଚୌଧରୀ କହିଛନ୍ତି, ମୋଦି ସାମ୍ପ୍ରଦାୟିକ ଧ୍ରୂବୀକରଣ ପାଇଁ ୟୁସିସି ଉପରେ ହାତ ମାରୁଛନ୍ତି। ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ, ୟୁସିସି ହେଉଛି ଭାରତୀୟ ସମ୍ବିଧାନର ଡିରେକ୍ଟିଭ୍‌ ପ୍ରିନ୍ସିପଲ୍ସର ଏକ ଅଂଶ। ବିରୋଧୀ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ଏହାକୁ ବଢ଼ାଇଚଢ଼ାଇ ପ୍ରସଙ୍ଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଫେରୁଥିଲେ ଦୁଇ ସାଙ୍ଗ: କଲେଜ ଛକରେ ହେଲା ବଡ଼ Accident, ଛିଟିକି ପଡିଲେ…

ଗଞ୍ଜାମ,୨୩।୧୨: ଗଞ୍ଜାମ ଜିଲା ଛତ୍ରପୁର କଲେଜ ଛକ ନିକଟ ଜାତୀୟ ରାଜପଥରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ...

କେନାଲ ଭିତରେ ପଡ଼ିଛି ନରକଙ୍କାଳ, ଏଥିରେ ଲାଗିଛି…

ବ୍ରହ୍ମପୁର,୨୩ା୧୨(ସୁବାସ ଚନ୍ଦ୍ର ପାଢ଼hୀ): ଏକ କେନାଲ ଭିତରେ ପଡ଼ିଛି ନରକଙ୍କାଳ। ଏହାକୁ ନେଇ ଏବେ ବ୍ରହ୍ମପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ନିମଖଣ୍ଡି ଥାନା ପୋଲିସ କଙ୍କାଳ...

ବେଆଇନ୍‌ ଭାବେ ଚାଲିଥିଲା ଅଲଟ୍ରାସାଉଣ୍ଡ: ପହଞ୍ଚିଗଲେ..

କଟକ,୨୩।୧୨: ବେଆଇନ୍‌ ଭାବେ ଚାଲିଥିଲା ଅଲଟ୍ରାସାଉଣ୍ଡ। ହଠାତ୍‌ ହେଲା ଚଢ଼ାଉ। ଏଭଳି ଘଟଣା ଘଟିଛି କଟକରେ। କଟକର ଏକ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟର୍‌ ଉପରେ ଚଢାଉ...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ବଡ଼ଦିନ ପାଇଁ ଜି.ଉଦୟଗିରିରେ ଫ୍ଲାଗମାର୍ଚ୍ଚ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଜି.ଉଦୟଗିରି,୨୩/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ପର୍ବ ବଡ଼ଦିନ ଖ୍ରୀଷ୍ଟମାସ୍ ଉତ୍ସବ ପାଳନକୁ ଆଉ ଦୁଇ ଦିନ ବାକି ଥିବା ବେଳେ...

ପାଟିତୁଣ୍ଡରୁ ତୁମୁଳକାଣ୍ଡ..କମ୍ପାନୀ କ୍ୟାମ୍ପସରେ ହତ୍ୟା, ପାଣିଟାଙ୍କିରେ ଫିଙ୍ଗିଦେଲେ ମୃତଦେହ

ନୂଆଦିଲ୍ଲୀ,୨୩।୧୨: ମହାରାଷ୍ଟ୍ରର ପାଲଘର ଜିଲାରୁ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ ଆସିଛି। ବ୍ୟକ୍ତିଗତ ବିବାଦ ପରେ ଜଣେ ଯୁବକ ତାଙ୍କ ଅଫିସ ସହକର୍ମୀଙ୍କୁ ହତ୍ୟା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

କ୍ୟାଡର ମାଓବାଦୀଙ୍କୁ ଧରିବା ପାଇଁ ପୁରସ୍କାର ରାଶି ଘୋଷଣା: ଲାଗିଲା ପୋଷ୍ଟର

ରାଇକିଆ,୨୩।୧୨ (ପ୍ରଦୀପ ବେହେରା): କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀ ମୁକ୍ତ ପାଇଁ ଲକ୍ଷ୍ୟ ରଖୁଛନ୍ତି। ଏହି ସମୟ ପାଖେଇ ଆସୁଥିବାରୁ ପୋଲିସ ମାଓବାଦୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri