୨ଲକ୍ଷର ଶାଗୁଆନ ଜବତ

ରୂପସା, ୩୦ା୫(ଡି.ଏନ.ଏ.): ବାଲେଶ୍ୱର ୬୦ ନଂ. ଜାତୀୟ ରାଜପଥର ବସ୍ତା ଥାନା ଅଧୀନ ମଥାନୀ ବାଇପାସ୍‌ ନିକଟ କଟିପୋଲଠାରେ ଶନିବାର ରାତିରେ ବନବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି। ଦୁଇଟି ପିକ୍‌ଅପ୍‌ ଭ୍ୟାନ୍‌ (ନଂ. ଓଡ଼ି୦୧ଏଏଚ୍‌-୦୯୨୪ ଓ ଓଡ଼ି୦୧ଏଜେ-୨୩୨୬)ରେ ଶାଗୁଆନ ଗଣ୍ଡି ବୋଝେଇ ହୋଇ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ବନବିଭାଗ ପାଖରେ ଖବର ଥିଲା। ଫରେଷ୍ଟ ରେଞ୍ଜର ଗଣେଶ ପ୍ରସାଦ ଲେଙ୍କାଙ୍କ ନେତୃତ୍ୱରେ ଫରେଷ୍ଟର ଇତିଶ୍ରୀ ମହାପାତ୍ର, ଫରେଷ୍ଟଗାର୍ଡ଼ ଶଶାଙ୍କ ଶେଖର ଜେନା ପ୍ରମୁଖ ଏକ ସ୍ବତନ୍ତ୍ର ଟିମ୍‌ ସହ ଚଢ଼ାଉ କରି ଦୁଇଟି ଯାକ ଭ୍ୟାନ୍‌କୁ ଜବତ କରିଥିଲେ। କିନ୍ତୁ ଡ୍ରାଇଭରଦ୍ୱୟ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବିଭାଗ ପକ୍ଷରୁ କୁହାଯାଇଛି। ଜବତ ଶାଗୁଆନ ଗଣ୍ଡିର ମୂଲ୍ୟ ୨ଲକ୍ଷ ଟଙ୍କା ହେବ ବୋଲି ଫରେଷ୍ଟର କହିଛନ୍ତି। ଏ ସଂକ୍ରାନ୍ତରେ ବିଭାଗ ପକ୍ଷରୁ ୨ଟି ପୃଥକ୍‌ ମାମଲା (ନଂ. ୦୭ ଓ ୦୮/୨୦୨୨-୨୩) ରୁଜୁ ହୋଇ ଅଧିକ ତଦନ୍ତ ଜାରିରହିଛି। ତେବେ ରୂପସା ଥାନା ଅଞ୍ଚଳର ଦୁଇ ଜଣ କାଠ ବ୍ୟବସାୟୀ ଏହି ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଜଣାଯାଇଛି। ନିୟମିତ ରାତିରେ ଲଛମନଖୁଣ୍ଟା-ରାଉତପଡ଼ା ରାସ୍ତା ଓ ମୟୁରଭଞ୍ଜର ପାଇକସାହି-ନୂଆଗାଁ ରାସ୍ତା ଦେଇ ରାଜପଥର କଟିପୋଲ ହୋଇ ବିଭିନ୍ନ ଅଞ୍ଚଳକୁ କାଠ ମାଫିଆମାନେ ମୂଲ୍ୟବାନ କାଠ ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇ ଆସୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri