ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଝାମ୍ପିନେଲେ ୨ ଲକ୍ଷ

ଖୋର୍ଦ୍ଧା ଅଫିସ,୧୨ା୧୦-ଖୋର୍ଦ୍ଧା ସହରର ମାରଓ୍ବାଡିପଟିସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖରୁ ସୋମବାର ୨ଜଣ ଦୁର୍ବୃତ୍ତ ଅବସରପ୍ରାପ୍ତ ଶିକ୍ଷକ କିଶୋର ଚନ୍ଦ୍ର ବରାଳଙ୍କଠାରୁ ୨ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି। ଏହି ଲୁଟ୍‌ର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। କିଶୋରଙ୍କ ଅଭିଯୋଗକ୍ରମେ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଅନ୍ୟପଟେ ଆନ୍ଧ୍ର ବ୍ୟାଙ୍କ ସମ୍ମୁଖରୁ ଜଣେ ମହିଳାଙ୍କଠାରୁ ସୁନାଚେନ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଗୁରୁଜଙ୍ଗର ଅବସରପ୍ରାପ୍ତ ଶିକ୍ଷକ କିଶୋର ସୋମବାର ସାଢ଼େ ୧୨ଟାରେ ଟଙ୍କା ଉଠାଇବା ଲାଗି ବ୍ୟାଙ୍କକୁ ଆସିଥିଲେ। ଅପରାହ୍ନ ୧ଟାରେ କିଶୋର ଏକ ବ୍ୟାଗରେ ଟଙ୍କା ଧରି ତଳକୁ ଆସିଥିଲେ। ଦୁର୍ବୃତ୍ତଦ୍ୱୟ ପୂର୍ବରୁ କିଶୋରଙ୍କ ଉପରେ ନଜର ରଖିଥିଲେ। କିଶୋର ଟଙ୍କା ବ୍ୟାଗ ସ୍କୁଟି ଡିକିରେ ରଖିବାବେଳେ ଦୁର୍ବୃତ୍ତଦ୍ୱୟ ତାଙ୍କ ଟଙ୍କା ବ୍ୟାଗ ଝାମ୍ପିନେଇ ଫେରାର ହୋଇଯାଇଥିଲେ। ଏନେଇ କିଶୋର ପ୍ରଥମେ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ପରେ ଥାନାରେ ଅଭିଯୋଗ କରିଛନ୍ତି।