ଦି କିଲୋ ଟମାଟୋ ଓ ୨୫ ପଇସା

ଫଳ ବ୍ୟକ୍ତିଙ୍କ ସଂଘର୍ଷର କାହାଣୀ ଆମକୁ ଅନେକ ପ୍ରେରଣା ଦେଇଥାଏ। ଦି କିଲୋ ଟମାଟୋକୁ ନେଇ ଗଢିଉଠିଥିବା କାହାଣୀ ଯେପରି ତାତ୍ତ୍ୱିକ ସେହିପରି ପ୍ରେରଣାଦାୟକ।
ବ୍ୟକ୍ତି ଜଣଙ୍କ ବାହାରି ପଡ଼ନ୍ତି ଚାକିରି ଅନ୍ବେଷଣରେ। ଅନ୍ୟମନସ୍କ ଭାବେ ଚାଲି ଚାଲି ଯାଉଥାଆନ୍ତି। ରାସ୍ତାରେ ଏକ ଅଫିସକୁ ପ୍ରବେଶ କରି ମାନବସମ୍ବଳର ମୁଖ୍ୟଙ୍କୁ ଭେଟି, ଚାକିରିଟିଏ ପାଇଁ ଗୁହାରି କଲେ। ଅଧିକାରୀ ତାଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣିବାକୁ ଚାହିଁଲେ। ହାତଯୋଡି କହିଲା, ‘ଆଜ୍ଞା, ପାଠ କିଛି ପଢ଼ିନି। ଅଫିସ କାମ ସିନା କରି ପାରିବିନି, ଅଫିସକୁ ଝାଡୁ ପୋଛା କରି ପରିଷ୍କାର କରିପାରିବି। ଅଧିକାରୀ ଜଣଙ୍କ ତାଙ୍କୁ ଝାଡୁଟିଏ ଦେଇ ତାଙ୍କ କାମକୁ ପରଖି ନେବାକୁ ଚାହିଁଲେ। ଲୋକଟି ଅତି ଯତ୍ନର ସହ କାର୍ଯ୍ୟ ସମ୍ପାଦନ କଲା। ଚାକିରି ଦେବାପାଇଁ ଅଧିକାରୀଜଣଙ୍କ ରାଜି ହେଲେ। ଔପଚାରିକତା ଦୃଷ୍ଟିରୁ ଲୋକଟିର ନାଁ, ଠିକଣା ଲେଖିବା ସମୟରେ ସେ ଲୋକଟିକୁ ତାଙ୍କର ଇ-ମେଲ କ’ଣ ବୋଲି ପଚାରିଲେ। ‘ମୁଁ ନିରକ୍ଷର। ମୋର ଇ-ମେଲ କେଉଁଠୁ ଆସିବ?’ ଲୋକଟି କହିଲା। ଅଧିକାରୀଜଣଙ୍କ ଯୁକ୍ତି ଥିଲା, କମ୍ପାନୀର ପ୍ରତ୍ୟେକ କର୍ମଚାରୀ ସେମାନଙ୍କର ଇ-ମେଲ ଦ୍ୱାରା ଚିହ୍ନଟ ହୋଇଥାଆନ୍ତି। ଇ-ମେଲ ନାହିଁ ଅର୍ଥ ଲୋକର ଅସ୍ତିତ୍ୱ ନାହିଁ। ଏଣୁ ଏକ ଅସ୍ତିତ୍ୱ ବିହୀନ ଲୋକକୁ କିପରି ଚାକିରି ଦେବେ? ଲୋକଟି ବହୁ ଅନୁନୟ ବିନୟ ହୋଇ ଚାକରି ପାଇଁ ଅନୁରୋଧ କଲା। ଅଧିକାରୀ ଜଣଙ୍କ ଲୋକଟିର ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲେ।
ନିରାଶ ହୋଇ ଲୋକଟି ଅଫିସ ବାହାରକୁ ଆସି ଆଗକୁ ଚାଲିଲା। ଦେଖିଲା, ରାସ୍ତା ପାର୍ଶ୍ୱରେ ଜଣେ ଲୋକ ଟମାଟୋ ବିକ୍ରି କରୁଛି। ପାଖରେ ଥିବା ଟଙ୍କାରେ ଦୁଇ କେଜି ଟମାଟୋ କିଣି ଆଗକୁ ଚାଳିଲା। ରାସ୍ତାରେ ଆସିଲା କିଛି ଜନବସତି। ସେ ଟମାଟୋକୁ ସେଠାରେ ବିକି ଦୁଇଟଙ୍କା ଲାଭ କଲା । ମନରୁ ଚାକିରି ନିଶା ଓହ୍ଲାଇ ଗଲା। ସେ ଫେରିଗଲା ଟମାଟୋ ବିକାଳି ପାଖକୁ। ପୁନଶ୍ଚ ଟମାଟୋ କିଣି ଆଣି ବିକ୍ରୟ କରିବାକୁ ଲାଗିଲା। ଏପରି କାରବାରୁ ତା’ ଲାଭ ବଢିବାରେ ଲାଗିଲା। ଚାକିରି ପିଛା ଛାଡି ମନଦେଲା ବ୍ୟବସାୟରେ। ଏହା ଭିତରେ ବିତିଯାଇଛି ଦଶ ବର୍ଷ। ସେହି ଲୋକଟି ହୋଇପାରିଛି ସେ ଅଞ୍ଚଳର ଜଣେ ପ୍ରଖ୍ୟାତ ପରିବା ବ୍ୟବସାୟୀ। ତାଙ୍କ ପାଖରେ ପହଞ୍ଚନ୍ତି ଜନୈକ ବ୍ୟାଙ୍କ ଅଧିକାରୀ। ବ୍ୟାଙ୍କରେ ନିବେଶ କରିବାକୁ ତାଙ୍କୁ ରାଜି କରାନ୍ତି। ଗୋଟିଏ ଫର୍ମରେ ସମସ୍ତ ତଥ୍ୟ ଭରିବା ସମୟରେ ସେ ତାଙ୍କ ଇ-ମେଲ କ’ଣ ବୋଲି ପଚାରନ୍ତି। ତାଙ୍କର ଇ-ମେଲ ନ ଥିବା କୁହନ୍ତି ସେ ବ୍ୟବସାୟୀ। ‘ଇ-ମେଲ ନ ଥାଇ ଏତେ ସମ୍ପତ୍ତି? ଇ-ମେଲ ଥିଲେ ଆହୁରି କେତେ ଅଧିକ ସମ୍ପତ୍ତି ହୋଇଥାଆନ୍ତା?’ ଆଶ୍ଚର୍ଯ୍ୟ ହୋଇ ପଚାରନ୍ତି ବ୍ୟାଙ୍କ ଅଧିକାରୀ। ଦୂରରେ ଦିଶୁଥିବା ଗୋଟିଏ ଉଚ୍ଚା ଅଟ୍ଟାଳିକାକୁ ଇଙ୍ଗିତ କରି ବ୍ୟବସାୟୀ ଜଣଙ୍କ କୁହନ୍ତି ‘ଭଲ କରି ଲକ୍ଷ୍ୟ କରନ୍ତୁ ସେହି କୋଠାକୁ? ମୋର ଇ-ମେଲ ଥିଲେ, ହୁଏତ ସେହି କୋଠାରେ ଥିବା ଅଫିସରେ ସାରା ଜୀବନ ସଫେଇ କର୍ମଚାରୀ ଭାବେ କଟିଥାଆନ୍ତା।
ସାମାଜିକ ଗଣ ମାଧ୍ୟମରୁ ମିଳିଥିବା ଏହି ପ୍ରସଙ୍ଗରୁ ଜଣାଯାଏ ଯେ ଅକ୍ଳାନ୍ତ ପରିଶ୍ରମ, ନିଷ୍ଠା ଓ କିଛି କରିବାର ଦୃଢ଼ ଇଚ୍ଛାଶକ୍ତି ବ୍ୟକ୍ତିର ପ୍ରଗତିରେ ସହାୟକ ହୋଇଥାଏ। ସହଜରେ କିଛି ପାଇଯିବାର ସନ୍ତୁଷ୍ଟି ଅନେକ ସମୟରେ ବ୍ୟକ୍ତିର ଉନ୍ନତିରେ ହୁଏ ପ୍ରତିବନ୍ଧକ।
ଅନ୍ୟ ଏକ ପ୍ରସଙ୍ଗ ବିଷୟରେ ଆଲୋଚନା କରିବା। ବାଙ୍ଗାଲୋରରୁ ଡାକ୍ତରୀ ଶିକ୍ଷା ଶେଷ କରି ନିଜ ଗ୍ରାମକୁ ଫେରି ଆସନ୍ତି ଯୁବକ ଟୋନ୍ସ ମାଧବ ଅନନ୍ତ ପାଇ। ଉଚ୍ଚ ଶିକ୍ଷା ନିମନ୍ତେ ଜାପାନ ଯିବାପାଇଁ ତାଙ୍କ ମା’ଙ୍କୁ ପଚାରନ୍ତି। ରୋକ୍‌ଠୋକ୍‌ ମା’ ମନାକରନ୍ତି ବିଦେଶ ଯିବାକୁ। ଗାଁରେ ରହି ଗରିବ ଲୋକଙ୍କ ସେବା କରିବାକୁ କୁହନ୍ତି ପୁଅକୁ। ଡା. ପାଇ ନିଜ ଗ୍ରାମରେ ରହି ରୋଗୀସେବା ଆରମ୍ଭ କଲେ। ସେ ହୃଦୟଙ୍ଗମ କଲେ ଯେ ତାଙ୍କର ଯଥେଷ୍ଟ ରୋଜଗାର ନ ହେବାର କାରଣ ହେଉଛି ଆଖପାଖର ଲୋକମାନେ ମଧ୍ୟ ଯଥେଷ୍ଟ ରୋଜଗାର କରୁନାହାନ୍ତି। ପୁରୁଷମାନେ ମାଛ ଧରିବାକୁ ସମୁଦ୍ରକୁ ଚାଲିଯାଆନ୍ତି। ପିଲା ଦେହ ଖରାପ ହେଲେ ମା’ମାନେ ହିଁ ତାକୁ ଧରି ଡା. ପାଇଙ୍କ ପାଖକୁ ଆସନ୍ତି। ମାଛ ସଫା କରିବା, ବିକ୍ରୟ କରିବା ଓ ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ପରିଚାଳନା କରିବା ମହିଳାମାନଙ୍କ ଦ୍ୱାରା ସମ୍ପାଦିତ ହେଉଥିଲା। ଯଦି କିଛି ବଳକା ପଇସା ମହିଳାଙ୍କ ପାଖରେ ରହୁଥିଲା, ତାକୁ ପୁରୁଷମାନେ ନେଇ ମଦ୍ୟପାନରେ ଖର୍ଚ୍ଚ କରୁଥିଲେ। ତେଣୁ ସେ ମହିଳାମାନଙ୍କୁ ସଞ୍ଚୟ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ସେମାନେ କହିଲେ ଯେ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ। ସେମାନଙ୍କ ପାଖରେ କେତେ ଟଙ୍କା ଅଛି ତାହା ଦେଖାଇବାକୁ କହିଲେ ଡା. ପାଇ। ସେମାନେ ଲୁଗା କାନିରେ ବାନ୍ଧି ରଖିଥିବା କିଛି ମୁଦ୍ରା ଦେଖାଇଲେ। ସେ ପ୍ରତ୍ୟେକ ମହିଳାଙ୍କଠାରୁ ଧୀରେ ଧୀରେ ୨୫ ପଇସା ମୁଦ୍ରା ନେଇ ତାଙ୍କୁ ଏହା ସଞ୍ଚୟ କରିବାକୁ ପ୍ରବର୍ତ୍ତାଇଲେ। ସେତେବେଳେ ପାଖରେ କିଛି ବ୍ୟାଙ୍କ ନ ଥିଲା। କାରବାରର ଠିକ୍‌ ହିସାବ ରଖିବାକୁ ସେ ପ୍ରତ୍ୟେକ ମହିଳାଙ୍କ ପାଇଁ ଦୁଇଟି ନୋଟବୁକ ରଖିଲେ – ଗୋଟିଏ ତାଙ୍କ ସହିତ ଏବଂ ଅନ୍ୟଟି ମହିଳାଙ୍କ ସହିତ ରଖାଯାଇଥିଲା। ମହିଳାଙ୍କ ସ୍ବାମୀ ନ ଥିବା ସମୟରେ କମ୍ପାଉଣ୍ତର ଘର ଘର ଯାଇ ପଇସା ଆଣୁଥିଲେ ଏବଂ ଉଭୟ ନୋଟ ବୁକ୍‌ରେ ତାହା ଲେଖିରଖୁଥିଲେ। ଡା. ପାଇଙ୍କ ଏହି ଯୋଜନା ପିଗି ଜମା ଯୋଜନା ଭାବରେ ଜଣାଶୁଣା। ଏହାଦ୍ୱାରା ମହିଳାମାନେ ନିୟମିତ ସଞ୍ଚୟ କରିବାକୁ ଲାଗିଲେ।
ଡା. ପାଇ ଲକ୍ଷ୍ୟକଲେ ଯେ ସେ ଅଞ୍ଚଳର ଛୋଟ ପିଲା ପୁଷ୍ଟିହୀନତାର ଶିକାର ହୋଇ ବାରମ୍ବାର ଚିକିତ୍ସା ପାଇଁ ଆସୁଛନ୍ତି। ତେଣୁ ପିଲାମାନଙ୍କୁ ପ୍ରତିଦିନ ଏକ ଗ୍ଲାସ କ୍ଷୀର ଦେବାକୁ ସେମାନଙ୍କ ମା’ମାନଙ୍କୁ କହିଲେ। କ୍ଷୀର ପାଇଁ ଗୋଟିଏ ଗାଈ ରଖିବାକୁ ପରାମର୍ଶ ଦେଲେ। ଦିନକୁ ୨୫ ପଇସା ସଂଗ୍ରହ ଦ୍ୱରା, ସେତେବେଳକୁ ଡା. ପାଇଙ୍କ ପାଖରେ କିଛି ଟଙ୍କା ହୋଇଯାଇଥିଲା। ସେ ମହିଳାମାନଙ୍କୁ ଏକ ପ୍ରସ୍ତାବ ଦେଲେ ଯେ, ସେ ସେମାନଙ୍କୁ ଗାଈ କିଣିବାକୁ ଟଙ୍କା ଦେବେ। ଗାଈ ଦେଉଥିବା କ୍ଷୀରରୁ ପିଲାଙ୍କ ପାଇଁ ଏକ ଗ୍ଲାସ ରଖି ବାକି ସବୁ ତାଙ୍କଠାରୁ କିଣି ନେବେ। ଧୀରେ ଧୀରେ ଗ୍ରାମରେ ଗାଈ ସଂଖ୍ୟା ବଢିବାକୁ ଲାଗିଲା। ଅଳ୍ପ ସମୟ ମଧ୍ୟରେ ଗାଁରେ ଏତେ ସଂଖ୍ୟକ ଗାଈ ଥିଲେ ଯେ ଡା. ପାଇ ସେମାନଙ୍କ ସମସ୍ତ କ୍ଷୀର କିଣି ପାରି ନ ଥିଲେ। ତେଣୁ ସେ ଏକ ଦୁଗ୍ଧ ସମବାୟ ସମିତି ଗଠନ କଲେ।
ଡା. ପାଇଙ୍କ ଦୂରଦୃଷ୍ଟି ଓ ଅକ୍ଳାନ୍ତ ଉଦ୍ୟମ ଫଳରେ ଜନ୍ନ ନେଲା ସିଣ୍ତିକେଟ ବ୍ୟାଙ୍କ ଓ ଉନ୍ନତ ଶିକ୍ଷାର ସୁବିଧା ପାଇଁ ଗଢିଉଠିଲା ମଣିପାଲ ଏଜୁକେଶନାଲ କମ୍ପ୍ଲେକ୍ସ। ଗରିବ ଲୋକଙ୍କ ପାଇଁ ଅନେକ ଉଲ୍ଲେଖନୀୟ କାମ କରି ସେ ସମସ୍ତଙ୍କ ନିକଟରେ ଚିର ସ୍ମରଣୀୟ।
ପ୍ରଥମ ପ୍ରସଙ୍ଗରୁ ଏହି ଶିକ୍ଷା ମିଳେ ଯେ ଚାକିରି ବ୍ୟତୀତ ଆୟ କରିବାର ଅନେକ ବିକଳ୍ପ ପନ୍ଥା ଅଛି। ସେହିପରି ଡା. ପାଇଙ୍କ ପ୍ରଚେଷ୍ଟା ଫଳରେ ଗ୍ରାମଞ୍ଚଳର ମହିଳାମାନେ ସାବଳମ୍ବୀ ହୋଇପାରିଛନ୍ତି। ଏବେ ସଞ୍ଚୟ ଓ ବ୍ୟବସାୟ କରିବା ପାଇଁ ଅନେକ ସୁବିଧା ସୁଯୋଗ ରହିଛି। ଏସବୁ ସୁବିଧା ସତ୍ତ୍ୱେ ଅଭାବ ଅନଟନ ମଧ୍ୟରେ ବଞ୍ଚିବା ଦୁର୍ଭାଗ୍ୟଜନକ। ଆର୍ଥିକ ସଫଳତା ପାଇଁ ଆୟ ସହିତ ନିୟମିତ ସଞ୍ଚୟ ଦରକାର। ନିଜେ ସଞ୍ଚୟ କରିବା ଓ ଗରିବ ଲୋକମାନଙ୍କୁ ସଞ୍ଚୟ କରିବା ଶିଖାଇବା। ତା’ହେଲେ ସମସ୍ତେ ସୁଖ ଶାନ୍ତିରେ ବଞ୍ଚତ୍ବା। ଏହା ହିଁ ହେବ ଦେଶ ପାଇଁ ଶ୍ରେଷ୍ଠ ଅବଦାନ।

ଅନନ୍ତ ଚରଣ ସ୍ବାଇଁ
୫୩୭, କେ୭, କଳିଙ୍ଗନଗର, ଭୁବନେଶ୍ୱର
ମୋ: ୭୩୮୧୦୪୬୪୭୭


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri