୨ କେଜି ସୁନା ଜବତ

କଟକ ଅଫିସ,୧୫ା୭: ପଞ୍ଜାବରୁ ପୁଳାପୁଳା ସୁନା ଆସି କଟକର ବିଭିନ୍ନ ସୁନା ଦୋକାନରେ ବିକ୍ରି ହେଉଥିଲା। ଏଥିନିମନ୍ତେ ଦୋକାନୀଙ୍କୁ କୌଣସି ଜିଏସ୍‌ଟି ତଥା ଟ୍ୟାକ୍ସ ଦେବାକୁ ପଡୁ ନ ଥିଲା। ଜିଏସ୍‌ଟି ଫାଙ୍କିବା ପାଇଁ ବେପାର ଚାଲିଥିଲା। ଟ୍ରେନରେ କୌଣସି ଧରପଗଡ଼ ନ ଥିବାରୁ ଦୀର୍ଘଦିନ ହେବ ଏହି ବ୍ୟବସାୟ ଚାଲି ଆସୁଥିଲା।

କୌଣସି ସୂତ୍ରରୁ ଖବର ପାଇ କାରବାରରେ ସଂପୃକ୍ତ ମାଷ୍ଟରମାଇଣ୍ଡକୁ ଧରିବା ପାଇଁ କମିଶନରେଟ ପୋଲିସ ଜାଲ ବିଛାଇଥିଲା। ଶେଷରେ ଆଜି ମାଲଗୋଦାମ ଥାନା ଅଞ୍ଚଳର ରଞ୍ଜ ସାହୁଙ୍କ ଘରୁ ଜବତ ହୋଇଛି ୨ କେଜିରୁ ଅଧିକ ସୁନା ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୫୩ ଲକ୍ଷ ହେବ।  ଏହା ବ୍ୟତୀତ ୨୭,୮୦୦ ଗୋଲ୍ଡ ପ୍ଲେଟ୍‌ ମଧ୍ୟ ଜବତ ହୋଇଛି। ଏହି ଘଟଣାରେ କାହାକୁ ଗିରଫ କରାଯାଇ ନ ଥିବା ସୂଚନା ମିଳିଛି।