Categories: ଫୁରସତ

ବ୍ୟକ୍ତିଙ୍କ ମଳଦ୍ୱାରରେ ଫସିଥିଲା ୨ କିଲୋ ଓଜନର ଡମ୍ବଲ, ଡାକ୍ତର ଦେଖି କାବା

ଦୁନିଆରେ ପ୍ରାୟତଃ ବିଚିତ୍ର ଘଟଣା ଘଟେ। ସେଥିରୁ କିଛି ଉପରେ ବିଶ୍ୱାସ କରିବା କଷ୍ଟକର ହୋଇଥାଏ। ବ୍ରାଜିଲରୁ ସେହିଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯାହା ଅନେକଙ୍କୁ ଚକିତ କରିଛି। କାରଣ ଏଠାରେ ଜଣେ ବ୍ୟକ୍ତିଙ୍କ ପ୍ରାଇଭେଟ୍‌ ପାର୍ଟରେ ଜିମ୍‌ରେ ବ୍ୟବହୃତ ଡମ୍ବଲ ଫସି ଯାଇଥିଲା। ଦୁଇ କିଲୋ ଓଜନର ଡମ୍ବଲ ବ୍ୟକ୍ତିର ଶରୀରରେ ଫସିଥିବା ଦେଖି ଡାକ୍ତରମାନେ ମଧ୍ୟ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ବ୍ରାଜିଲ୍‌ର ଜଣେ ୫୪ ବର୍ଷ ବୟସ୍କ ବ୍ୟକ୍ତି ଯନ୍ତ୍ରଣାରେ ଛଟପଟ ହୋଇ ଡାକ୍ତରଖାନାରେ ପହଞ୍ଚିଥିଲେ। ବେଳକୁ ବେଳ ଯନ୍ତ୍ରଣା ବଢ଼ୁଥିବା ହେତୁ ତାଙ୍କ ଅବସ୍ଥା ବିଗିଡ଼ିବାରେ ଲାଗିଥିଲା। ରୋଗୀଙ୍କ ଅବସ୍ଥା ଦେଖି ପ୍ରଥମେ ଡାକ୍ତରମାନେ କିଛି ବୁଝି ପାରି ନ ଥିଲେ। କିନ୍ତୁ, ଯେତେବେଳେ ତାଙ୍କର ଏକ୍ସ-ରେ କରାଗଲା, ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ବ୍ୟକ୍ତିଙ୍କ ମଳଦ୍ୱାରରେ ଏକ ୨୦ ସେମି ଲମ୍ବ ଡମ୍ବଲ ଅଟକି ଯାଇଥିଲା। ଉକ୍ତ ବ୍ୟକ୍ତି ନିଜେ ସେହି ଡମ୍ବଲକୁ ବାହାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ।

ଯନ୍ତ୍ରଣା ବଢ଼ିବାରେ ଲାଗିବାରୁ ବ୍ୟକ୍ତିଜଣଙ୍କ ହସ୍ପିଟାଲରେ ପହଞ୍ଚିଥିଲେ। ଦୀର୍ଘ ସମୟର ଅପରେଶନ ପରେ ଡାକ୍ତରଙ୍କ ଏକ ଟିମ ସେହି ଡମ୍ବଲକୁ ବାହାର କରିଥିଲେ। ତେବେ ସେ ଯୌନସୁଖ ପାଇବାକୁ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ତାଙ୍କୁ ଡାକ୍ତରଖାନାରେ ପ୍ରାୟ ତିନି ଦିନ ରଖାଯିବା ପରେ ଡିସଚାର୍ଜ କରାଯାଇଛି। ଅପରପକ୍ଷେ ଏହି ଘଟଣା ବିଷୟରେ ଜଣାପଡ଼ିବା ପରେ ଲୋକେ ବ୍ୟକ୍ତିଙ୍କ ଚିନ୍ତାଧାରା ଉପରେ ପ୍ରଶ୍ନ ଉଠାଇଛନ୍ତି। ଯଦି ବିଳମ୍ବ ହୋଇଯାଇଥାନ୍ତା ତେବେ ସେ ଅଡୁଆରେ ପଡ଼ିଥାନ୍ତେ ବୋଲି ଅନେକ କହୁଛନ୍ତି।

Share