ଭିଜିଲାନ୍ସ ଜାଲରେ ୨ କନିଷ୍ଠ କିରାଣି

ବ୍ରହ୍ମପୁର ଅଫିସ,୮।୯: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ୨ କନିଷ୍ଠ କିରାଣି। ସେମାନେ ହେଲେ ସୁଶୀଲ ପଟ୍ଟନାୟକ ଏବଂ ପ୍ରଦୀପ ମହାନ୍ତି। ଏରିଅର ପାଇଁ ଅବସରପ୍ରାପ୍ତ ପିଅନଙ୍କଠାରୁ ସେମାନେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଗଞ୍ଜାମ ଜିଲା ଶିକ୍ଷାଧିକାରୀ(ଡ଼ିଇଓ)ଙ୍କ ବ୍ରହ୍ମପୁର କାର୍ଯ୍ୟାଳୟରେ ଚଢାଉ କରି ଉଭୟଙ୍କୁ ଭିଜିଲାନ୍ସ ଧରିଥିବା ଜଣାପଡିଛି। ତେବେ ଭିଜିଲାନ୍ସ ଟିମ୍‌ ସୁଶୀଲଙ୍କଠାରୁ ୭ ହଜାର ଟଙ୍କା ଓ ପ୍ରଦୀପଙ୍କ ଠାରୁ ୩ ହଜାର ଟଙ୍କା ଜବତ କରିଥିବା ନେଇ ଏସ୍‌ପି ଗଣେଶ ପ୍ରଧାନ ସୂଚନା ଦେଇଛନ୍ତି। ଉଭୟ ଅଭିଯୁକ୍ତଙ୍କୁ ମାମଲା ନମ୍ବର୧୭/୨୨ରେ ଗିରଫ କରାଯାଇଛି। ଭିଜିଲାନ୍ସର ଅନ୍ୟ ଟିମ୍‌ମାନେ ଉକ୍ତ ଅଭିଯୁକ୍ତଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ପାଇଛି।