Categories: ଜାତୀୟ

ଶୁଣାଣିରୁ ଓହରିଲେ ୨ ବିଚାରପତି

ନୂଆଦିଲ୍ଲୀ,୧୪।୧: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନକୁ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଥିଲେ। ଉକ୍ତ ରାୟର ପୁନର୍ବିଚାର ଲାଗି ହୋଇଥିବା ଆବେଦନର ଶୁଣାଣିରୁ ହାଇକୋର୍ଟ ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶର୍ମା ଏବଂ ଜଷ୍ଟିସ୍‌ ସୁବ୍ରମଣ୍ୟମ ପ୍ରସାଦ ଶୁକ୍ରବାର ଓହରିଯାଇଛନ୍ତି। ପିଟିଶନରେ ବିଚାରପତିଙ୍କ ବିରୋଧରେ କେତେକ ଅଭିଯୋଗ ରହିଥିଲା। ତେଣୁ ସେମାନେ ମାମଲାର ଶୁଣାଣି କରିପାରିବେ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଏହାର ଶୁଣାଣି ଆସନ୍ତା ୧୬ ତାରିଖରେ ଅନ୍ୟ ଏକ ଖଣ୍ଡପୀଠରେ ହେବ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଶର୍ମାଙ୍କ ଖଣ୍ଡପୀଠ କହିଛନ୍ତି। ଅନ୍ୟପକ୍ଷରେ ଆବେଦନକାରୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ପାଇଁ କେନ୍ଦ୍ର ସରକାରଙ୍କ ଓକିଲ ଦାବି କରିଥିଲେ। ସିଜେଆଇ ଚନ୍ଦ୍ରଚୂଡ଼ଙ୍କ ନିଯୁକ୍ତିକୁ ବିରୋଧ କରି ସଞ୍ଜୀବ କୁମାର ତିଓ୍ବାରି ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ଗତ ନଭେମ୍ବର ୧୧ରେ ହାଇକୋର୍ଟ ଏହାକୁ ଖାରଜ କରିଦେଇଥିଲେ।

Share