ହାଇକୋର୍ଟର ୨ଜଣ ବିଚାରପତି କରୋନା ପଜିଟିଭ

ଜୟପୁର,୧୮।୮: ରାଜସ୍ଥାନରେ କରୋନା ପ୍ରକୋପ ଜାରି ରହିଛି। ରାଜଧାନୀ ଜୟପୁରର ହାଇକୋର୍ଟ ଏବେ କରୋନା କବଳରେ। ସର୍ବପ୍ରଥମେ ହାଇକୋର୍ଟର ସିଜେ କରୋନା ପଜିଟିଭ୍‌ ହୋଇଥିବା ବେଳେ ଏବେ ଆଉ ୨ ଜଣ ବିଚାରପତି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ଅନ୍ୟ ୨ଜଣ ବିଚାରପତିଙ୍କ ଝିଅ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହାପରେ ହାଇକୋର୍ଟ ପ୍ରଶାସନ ପକ୍ଷରୁ ଆଲର୍ଟ ହେବା ସହ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୟପୁରର ସମସ୍ତ କୋର୍ଟର କାର୍ଯ୍ୟ ଅଗଷ୍ଟ ୧୯ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହି ସମୟରେ ସମସ୍ତ ନମୁନା ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ସୂଚନା ମୁତାବକ ସୋମବାର ହାଇକୋର୍ଟର ବିଚାରପତି ସବିନା ଓ ବିଚାରପତି ଅଶୋକ ଗୌଡ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ଅନ୍ୟ ୨ ବିଚାପତିଙ୍କ ଝିଅ ମଧ୍ୟ କରୋନାରେ ପୀଡ଼ିତ ହୋଇଛନ୍ତି।

Share