Categories: ଜାତୀୟ

ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନ: ୨ ଯବାନ ଶହୀଦ

ଜମ୍ମୁ,୨୭ ।୧୧: ଜମ୍ମୁ-କଶ୍ମୀର ରାଜୌରିର ସୁନ୍ଦରବନି ସେକ୍ଟରରେ ପାକିସ୍ତାନ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ ଫଳରେ ଶୁକ୍ରବାର ୨ ଭାରତୀୟ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି । ପାକିସ୍ତାନ ପଟରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଥିବା ବେଳେ ଭାରତୀୟ ସେନା ବି ଏହାର କଡା ଜବାବ ଦେଉଛି । ମିଳିଥିବା ସୂଚନା ମୁତାବକ ଶୁକ୍ରବାର ପାକିସ୍ତାନ ପଟରୁ ହୋଇଥିବା ଗୁଳି ବର୍ଷଣ ପରେ ଭାରତୀୟ ସେନା ଏହାକୁ ମୁକାବିଲା କରିବା ସମୟରେ ୨ ଯବାନ ଶହୀଦ ହୋଇଥିଲେ । ସୂଚନାଯୋଗ୍ୟ, ଗୁରୁବାର ମଧ୍ୟ ପାକିସ୍ତାନ ଦ୍ୱାରା ପୁଞ୍ଚରେ କରାଯାଇଥିବା ଅସ୍ତ୍ର ବିରତି ଉଲ୍ଲଂଘନରେ ୨ ଭାରତୀୟ ଯବାନ ଶହୀଦ ହୋଇଥିଲେ ।

Share