ଆଇଡି ବିସ୍ଫୋରଣରେ ୨ ଯବାନ ଗୁରୁତର

ମାଲକାନଗିରି,୧୧।୧୨: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକମାରେ ମାଓବାଦୀଙ୍କ ଆଇଡି ବିସ୍ଫୋରଣରେ ୨ ଯବାନ ଗୁରୁତର  ହୋଇଛନ୍ତି। ସେମାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି।
ସକାଳେ ଡ଼ାମବାମ ସିଆର୍‌ପିଏଫ କ୍ୟାମ୍ପରୁ କୋବ୍ରା ଯବାନମାନେ ଶର୍ଚ୍ଚ ଅପରେସନରେ ଯାଇଥିଲେ। ସାଲାତୋଙ୍ଗ ଜଙ୍ଗଲରେ ନକ୍ସଲ ଯବାନମାନଙ୍କୁ ଟାର୍ଗେଟ କରି ଆଇଡି ବିସ୍ଫୋରଣ କରିଥିଲେ। ବିସ୍ଫୋରଣରେ ୨ ଯବାନ ଗୁରୁତର ହୋଇଥିଲେ। ସେମାନଙ୍କୁ ହେଲିକପ୍ଟର ସାହାଯ୍ୟରେ ରାୟପୁର ସ୍ଥାନାନ୍ତର କରାଯାଇଛି।