ଘରୋଇ ଡାକ୍ତରଖାନାରେ ୨ ଘଣ୍ଟା ଉତ୍ତେଜନା

ବିଷମକଟକ,୨୬।୧୦(ଡି.ଏନ୍‌.ଏ.): ରାୟଗଡ଼ାର ଏକ ଘରୋଇ ହସ୍ପିଟାଲରେ ଜଣେ ଦେଢ଼ବର୍ଷର ଶିଶୁକନ୍ୟାର ମୃତ୍ୟୁକୁ ନେଇ ଉତ୍ତେଜନା ହୋଇଛି। ଚିକିତ୍ସା ଅଭାବରୁ ଶିଶୁଟିର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।
ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଝିଗିଡି ସଦର ପଞ୍ଚାୟତର କୈଳାସ ଉଲ୍ଲାକା ଜ୍ୱରରେ ପୀଡ଼ିତ ନିଜ ଦେଢ଼ ବର୍ଷର ଶିଶୁ କନ୍ୟା ମେନ୍ସିଙ୍କୁ ମଙ୍ଗଳବାର ଭୋରରୁ ସ୍ଥାନୀୟ ଅଞ୍ଚଳର ଏକ ଘରୋଇ ମେଡିକାଲକୁ ନେଇଥିଲେ। ସେମାନେ ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଖାନାର ଜରୁରିକାଳୀନ ୱାର୍ଡରେ ଜଣାଇଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ କିନ୍ତୁ ସେଠାରେ ବେଡ୍‌ ଖାଲି ନ ଥିବା କହିବା ସହ ବାହାରେ ଅପେକ୍ଷା କରିବାକୁ ଜଣାଇଥିଲେ। ସେଠାରେ ଦାୟିତ୍ୱରେ ଥିବା ନର୍ସ ଶିଶୁକନ୍ୟାଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖି ତାଙ୍କୁ ଜ୍ୱର ହୋଇଥିବା କହି କୌଣସି ଡାକ୍ତରଙ୍କୁ ନ ଜଣାଇ ଦୀର୍ଘ ୨ଘଣ୍ଟା କାଳ ଚିକିତ୍ସା ନ କରି ଅପେକ୍ଷା କରାଇଥିଲେ। ୨ ଘଣ୍ଟା ପରେ ଡାକ୍ତର ପହଞ୍ଚତ୍ ଶିଶୁକନ୍ୟାଙ୍କୁ ଦେଖିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ମୃତକଙ୍କ ପରିବାର ପକ୍ଷରୁ କୁହାଯାଇଛି। ଚିକିତ୍ସା ଅବହେଳା ଯୋଗୁ ଝିଅର ମୃତ୍ୟୁ ହୋଇଛି ବୋଲି କହିବା ସହ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଏହାପରେ ଦୁଇଘଣ୍ଟା କାଳ ଘରୋଇ ମେଡିକାଲରେ ଉତ୍ତେଜନା ଦେଖାଦେଇଥିଲା। ଅନ୍ୟପଟେ ଶିଶୁ କନ୍ୟା ସିକିଲସେଲ ରୋଗରେ ପୀଡିତ ଥିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି। ଶିଶୁ କନ୍ୟା ସିକିଲସେଲ ରୋଗରେ ପୀଡିତ ଥିବା ଜାଣି ମଧ୍ୟ ତାଙ୍କୁ ଜରୁରିକାଳୀନ ସେବା କେମିତି ଯୋଗାଇଲେ ନାହିଁ ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି। ଏଭଳି ରୋଗୀଙ୍କୁ ରକ୍ତ ଆବଶ୍ୟକ ଥାଏ। ତାହାର ବ୍ୟବସ୍ଥା ନ କରାଇବା ଦୁଃଖର ବିଷୟ ବୋଲି କହିବା ସହ ଯଦି ବେଡ୍‌ ଖାଲି ନ ଥିଲା ତେବେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିପାରିଥାନ୍ତେ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ଚିକିତ୍ସା ଅବହେଳା ପାଇଁ ଝିଅର ଜୀବନ ଚାଲିଗଲା। ଆଗାମୀ ଦିନରେ ଘରୋଇ ମେଡିକାଲର ଅବହେଳା ପାଇଁ ଆଉ କୌଣସି ନୀରହ ଜୀବନ ବଳି ନ ପଡୁ, ତେଣୁ ଯେଉଁମାନେ ଚିକିତ୍ସାରେ ଅବହେଳା କରିଛନ୍ତି ତାହାକୁ ନେଇ ଜିଲା ପ୍ରଶାସନ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ମୃତକଙ୍କ ବାପା କୈଳାସ ଉଲ୍ଲାକା ଦାବି କରିନ୍ତି। ଉକ୍ତ ଘରୋଇ ଡାକ୍ତରଖାନା ଅଧ୍ୟକ୍ଷଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ଜରୁରିକାଳୀନ ବିଭାଗରେ ତଦନ୍ତ କରିବେ ବୋଲି କହିଛନ୍ତି। ମେଡିକାଲରେ ରୋଗୀ ସଂଖ୍ୟା ବଢ଼ୁଥିବାରୁ ବେଡ୍‌ ଅଧିକାଂଶ ସମୟ ଖାଲି ରହୁନାହିଁ। ଆଗାମୀ ଦିନରେ ବେଡ୍‌ ଖାଲି ନ ଥିଲେ ଯେ କୌଣସି ଜରୁରିକାଳୀନ ରୋଗୀଙ୍କୁ ଗେଟ୍‌ ବାହାରରୁ ହିଁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri