Categories: ଜାତୀୟ

ବଦାଉନ ଗଣମଳାତ୍କାର, ହତ୍ୟା ମାମଲା : ୨ ଗିରଫ

ଲକ୍ଷ୍ନୌ,୬।୧- ଉତ୍ତର ପ୍ରଦେଶର ବଦାଉନ ଜିଲାରେ ଘଟିଥିବା ଗଣାବଳାତ୍କାର ଓ ହତ୍ୟା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ଅନ୍ୟ ଜଣେ ଅପରାଧିକୁ ଧରିବା ପାଇଁ ବଦାଉନ ସିନିୟର ଏସ୍‌ପି ସଙ୍କଳ୍ପ ଶର୍ମା ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି।

ଉଗାଇଟି ଥାନାରେ ଭାରତୀୟ ପିଙ୍ଗଳ କୋଡ (ଆଇପିସି) ଧାରା ୩୭୬ (ଡି) ଓ ୩୦୨ ଧାରାରେ ମାମଲା ଦାୟର ହୋଇଛି। ଏଫ୍‌ଆଇଆରରେ ରହିଛି ୩ ଅଭିଯୁକ୍ତଙ୍କ ନାମ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଜଣଙ୍କୁ ଖୋଜିବା ଲାଗି ଗଠନ କରାଯାଇଛି ଦଳ। ୨୫ ହଜାର ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା ହୋଇଛି। ତାଙ୍କୁ ଅତି ଶୀଘ୍ର ଗିରଫ କରାଯିବ ବୋଲି ଶର୍ମା କହିଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ଉଗାଇଟି ଥାନା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।

ଉଲ୍ଲେଖଥାଉ କି, ଜଣେ ୫୦ ବର୍ଷୀୟା ଅଙ୍ଗନବାଡ଼ି କର୍ମୀଙ୍କୁ ରବିବାର ରାତିରେ ବଦାଉନ ଜିଲାର ଉଗାଇଟି ଅଞ୍ଚଳରେ ଗଣ ବଳାତ୍କାର ଓ ପରେ ହତ୍ୟା କରାଯାଇଥିଲା।

Share