ଦୁଇଟି ଦେଶୀ ବନ୍ଧୁକ ଜବତ: ଜଣେ ଗିରଫ

ଦେବଗଡ଼,୧୪ା୧୨(ଡି.ଏନ୍‌.ଏ.): ଦେବଗଡ଼ ଜିଲା ବାରକୋଟ ଥାନା ଅକ୍ଷରଶିଳା ଗ୍ରାମର ପୁଲସ୍ତି ଧୀବର(୩୫)ଙ୍କୁ ଗିରଫ କରିଛି ପୋଲିସ। ପୁଲସ୍ତି ନିଜ ପାଖରେ ବେଆଇନ ବନ୍ଧୁକ ରଖି ନିୟମିତ ଜନ୍ତୁ ଶିକାର କରୁଥିବା ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି। ପୁଲସ୍ତିଙ୍କ ପାଖରେ ବନ୍ଧୁକ ଥିବା ସୂଚନା ପାଇ ବାରକୋଟ ଥାନାର ଏକ ସ୍ପେଶାଲ ପୋଲିସ ଟିମ୍‌ ଚଢ଼ାଉ କରି ଦୁଇଟି ବନ୍ଧୁକ ଜବତ କରିବା ସହ ଅଧିକ ତଦନ୍ତ ଜାରି ରହିଛି। ଦେବଗଡ଼ ଏସ୍‌ପି ପ୍ରମୋଦ ରଥ ଏନେଇ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।