ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମାରେ ଅବସ୍ଥିତ ସରକାରୀ ଏକ୍ସ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥିତ ଛାତ୍ରାବାସ ଭିତରେ ପ୍ରାୟ ଦୁଇ ଫୁଟର ପାଣି ପଶିଯାଇଛି । ରାତିରେ ଅନ୍ତେବାସୀମାନେ ନିଜ ନିଜ ପାଠ୍ୟ ସାମଗ୍ରୀ, ପୋଷାକପତ୍ରକୁ ବ୍ୟବହାର କରୁଥିବା ଖଟ ଉପରେ ରଖିଥିଲେ । ପରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଏବଂ ରାତ୍ରି ଜଗୁଆଲିଙ୍କ ସହାୟତାରେ ଅନ୍ତେବାସୀ ମାନଙ୍କୁ ଶ୍ରେଣୀ ଗୃହକୁ ସ୍ଥାନାନ୍ତର କରିଥିଲେ। ଯାହାଫଳରେ ରାତି ତମାମ ଅନ୍ତେବାସୀମାନେ ହଇରାଣ ହେବା ସହ ଭୟରେ ରହିଥିଲେ । ନବରଙ୍ଗପୁର ଜିଲାରେ ବର୍ଷା ଲାଗି ରହୁଥିବା ବେଳେ ସ୍ଥିତି ବେହାଲ ହୋଇପଡିଛି ।