ଶାହାରୁଖଙ୍କ ମେକ୍‌ଅପ ରୁମରେ ୮ଘଣ୍ଟା ଲୁଚି ରହିଥିଲେ ୨ ପ୍ରଶଂସକ, ମ୍ୟାନେଜର କଲେ ଖୁଲାସା…

ମୁମ୍ବାଇ: ମୁମ୍ବାଇର ବାନ୍ଦ୍ରାସ୍ଥିତ ଶାହରୁଖ ଖାନ୍‌ଙ୍କ ବଙ୍ଗଳା ମନ୍ନତରେ ଗତ ସପ୍ତାହରେ ଦୁଇଜଣ ବ୍ୟକ୍ତି ବେଆଇନ ଭାବେ ପ୍ରବେଶ କରିଥିଲେ। ଏହା ପରେ ଉଭୟଙ୍କୁ ମୁମ୍ବାଇର ବାନ୍ଦ୍ରା ପୋଲିସ ଗିରଫ କରିଥିଲା।
ଏହି ଦୁଇ ବ୍ୟକ୍ତି ଶାହାରୁଖଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ବଙ୍ଗଳାକୁ ପ୍ରବେଶ କରିଥିଲେ। ଶାହାରୁଖଙ୍କ ମେକ୍‌ଅପ୍‌ ରୁମରେ ପ୍ରାୟ ୮ଘଣ୍ଟା ଲୁଚି ତାଙ୍କୁ ଅପେକ୍ଷା କରିଥିଲେ। ଶାହରୁଖଙ୍କ ମନ୍ନତ ବଙ୍ଗଳାର ମ୍ୟାନେଜର କୋଲିନ ଡିସୁଜା ଏ ନେଇ ପୋଲିସକୁ ସୂଚନା ଦେଇଥିଲେ। କାର୍ଯ୍ୟକରୁଥିବା ସିକ୍ୟୁରିଟି ଗାର୍ଡ ଫେବୃୟାରୀ ୨ ପୂର୍ବାହ୍ନ ୧୧ଟାରେ ତାଙ୍କୁ ଫୋନକରି କହିଥିଲେ ଯେ, ଦୁଇଜଣ ଲୋକ ବଙ୍ଗଳା ଭିତରକୁ ପ୍ରବେଶ କରିଛନ୍ତି। ଉଭୟ ବଙ୍ଗଳାର ତୃତୀୟ ମହଲାରେ ଥିବା ମେକ୍‌ଅପ୍‌ ରୁମରେ ଶାହରୁଖଙ୍କୁ ରାତି ପ୍ରାୟ ୩ଟାରୁ ସକାଳ ୧୦.୩୦ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଯେତେବେଳେ ଗୃହରକ୍ଷୀରେ କାମ କରୁଥିବା ସତୀଶ ସଫା କରିବା ପାଇଁ ସେଠାରେ ପହଞ୍ଚିଥିଲେ, ସେତେବେଳେ ସେ ଦୁଇଜଣ ସେଠାରେ ଲୁଚିଥିବା ଦେଖିବାକୁ ପାଇଥିଲେ। ଏହା ପରେ ସତୀଶ ଦୁହିଁଙ୍କୁ ସେଠାରୁ ବାହାରକୁ ଆଣିଥିଲେ। ପରେ ସିକ୍ୟୁରିଟି ଗାର୍ଡ ଆସି ଉଭୟଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲେ। ତେବେ ଉଭୟ ଶାହାରୁଖଙ୍କ ୨ ପ୍ରଶଂସକ ବୋଲି କୁହାଯାଉଛି।

Share