ଏପ୍ରିଲ ୨୮ରୁ ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ୱର,୧୮ା୩(ବ୍ୟୁରୋ):ରାଜ୍ୟରେ ଆସନ୍ତା ଏପ୍ରିଲ ୨୮ ତାରିଖରୁ ଅଫଲାଇନ ମୋଡରେ ଯୁକ୍ତ ୨ ପରୀକ୍ଷା ହେବ। କଳା, ବାଣିଜ୍ୟ ଓ ବିଜ୍ଞାନର ପରୀକ୍ଷା କରାଯିବ। ଏଥିରେ ମୋଟ ୩ ଲକ୍ଷ ୨୦ ହଜାର ଛାତ୍ରୀଛାତ୍ର ପରୀକ୍ଷା ଦେବେ। ଯୁକ୍ତ ୨ ପରୀକ୍ଷା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି। କରୋନା ମହାମାରୀ ପାଇଁ ପରୀକ୍ଷା ବ୍ୟବସ୍ଥାରେ କୋହଳ କରାଯାଇଛି। ଖରା ପାଇଁ ସକାଳ ୯ ଟାରୁ ପରୀକ୍ଷା ଆରମ୍ଭ ହେବ। ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ। ନିଜ କଲେଜ ଅଧ୍ୟାପକଙ୍କ ତତ୍ୱାବଧାନରେ ଛାତ୍ରୀଛାତ୍ରମାନେ ପ୍ରାକ୍ଟିକାଲ ପରୀକ୍ଷା ଦେବେ। ଶେଷ କ୍ୱାର୍ଟର ପରୀକ୍ଷାର ଥିଓରି ଓ ପ୍ରାକ୍ଟିକାଲ ମାର୍କରୁ ପିଲାଙ୍କୁ ୨୦ ପ୍ରତିଶତ ମାର୍କ ମିଳିବ।
ସେହିପରି ମୂଲ୍ୟାୟନ ପାଇଁ ଦୁଇଟି ପଦ୍ଧତି ଅବଲମ୍ବନ କରାଯିବ। ପ୍ରଥମଟିରେ ବାର୍ଷିକ ପରୀକ୍ଷା ଆଧାରରେ ଫଳାଫଳ ଘୋଷଣା କରାଯିବ। ଦ୍ୱିତୀୟଟିରେ ବାର୍ଷିକ ପରୀକ୍ଷାରୁ ୮୦ ପ୍ରତିଶତ ଏବଂ ଶେଷ କ୍ୱାର୍ଟର ପରୀକ୍ଷାରୁ ୨୦ ପ୍ରତିଶତ ମାର୍କ ମିଳିବ। ଉଭୟ ମୂଲ୍ୟାୟନ ପଦ୍ଧତିରେ ସର୍ବାଧିକ ମାର୍କକୁ ନେଇ ପରୀକ୍ଷା ଫଳ ଘୋଷଣା କରାଯିବ। କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ପ୍ରଥମ ଥର ପାଇଁ ଅଫଲାଇନରେ ଯୁକ୍ତ ୨ ପରୀକ୍ଷା କରାଯାଉଛି।
ତେବେ ପରୀକ୍ଷା ମୂଲ୍ୟାୟନ ପଦ୍ଧତିକୁ ନେଇ ଶିକ୍ଷାବିତ୍‌ମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଶିକ୍ଷାବିତ୍‌ ପବିତ୍ର ମହଲା କହିଛନ୍ତି ଯେ, ଅଫଲାଇନ ପରୀକ୍ଷା ନିଷ୍ପତ୍ତି ସ୍ବାଗତଯୋଗ୍ୟ। ତେବେ ପରୀକ୍ଷା ମୂଲ୍ୟାୟନକୁ ନେଇ ଯେଉଁ ଦୁଇଟି ବିକଳ୍ପ ରଖାଯାଇଛି ତାହା ସମୟ ଅଧିକ ନେବ ଏବଂ ଦ୍ୱନ୍ଦ୍ୱ ମଧ୍ୟ ସୃଷ୍ଟି କରିବ। ସେଥିରୁ ଗୋଟିଏ ବିକଳ୍ପ ରଖିବା ଉଚିତ, ଯଦ୍ଦ୍ବାରା ମୂଲ୍ୟାୟନ ଠିକ୍‌ ହେବା ସହ ପିଲାମାନଙ୍କୁ ନ୍ୟାୟ ମିଳିପାରିବ। ନିଜ ଶିକ୍ଷକମାନେ ପ୍ରାକ୍ଟିକାଲ ପରୀକ୍ଷା ପରିଚାଳନା କରିବେ। ଏହା ଏକ ସ୍ବାଗତଯୋଗ୍ୟ ନିଷ୍ପତ୍ତି। ଚଳିତ ବର୍ଷ ଅନେକ ପିଲା ଅନଲାଇନରେ ପଢ଼ିଛନ୍ତି, ତେବେ ସୁପରିଣ୍ଟେଣ୍ଡେଣ୍ଟଙ୍କ ଉପସ୍ଥିତିରେ ନିଜ ଶିକ୍ଷକ ପ୍ରାକ୍ଟିକାଲ ପରୀକ୍ଷା କଲେ କିଛି ଅସୁବିଧା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri