୨ ହାତୀ ମୃତଦେହ ଜବତ, ବିଷକ୍ରିୟା ସନ୍ଦେହ

ସମ୍ବଲପୁର/ଜମନକିରା,୭ା୧୦(ବ୍ୟୁରୋ/ଡି.ଏନ.ଏ.):ସମ୍ବଲପୁର ଜିଲା ବାମରା ବନଖଣ୍ଡ ଭୁତେଲ ରେଞ୍ଜ ତିଲେଇମାଲ ଗ୍ରାମ ନିକଟରୁ ଗୁରୁବାର ସକାଳେ ଗୋଟିଏ ଦନ୍ତା ଓ ଗୋଟିଏ ମାଈ ହାତୀର ମୃତଦେହ ଜବତ ହୋଇଛି। ଦନ୍ତା ହାତୀ ଟମାଟୋ କିଆରିରେ ଓ ମାଈ ହାତୀ ଧାନ ବିଲରେ ପଡିରହିଥିଲା। ବିଷକ୍ରିୟା ଯୋଗୁ ହାତୀ ଦ୍ୱୟର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ବୋଲି ବାମରା ଡିଏଫ୍‌ଓ ଫାଲଗୁନୀ ସାରଥି ମଲ୍ଲିକ କହିଛନ୍ତି। ସେ ଆହୁରି କହିଛନ୍ତି, ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚତ୍ଥିଲେ। ମୃତ ଦୁଇ ହାତୀ ନିକଟ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଆସିଥିଲେ। ଧାନ ବିଲରେ କୀଟନାଶକ ପଡିଥିବା ଜଣାପଡିଛି। ଜମି ମାଲିକ ମଧ୍ୟ ଦୁଇଦିନ ତଳେ କୀଟନାଶକ ପକାଇଥିବା ସ୍ବୀକାର କରିଥିଲେ। ମୃତ ଦନ୍ତା ହାତୀର ବୟସ ୮ବର୍ଷ ଓ ମାଈ ହାତୀର ବୟସ ୧୩ବର୍ଷ ହେବ। ଅନ୍ୟପଟେ ମୃତ ଦୁଇ ହାତୀ ଶରୀରରେ କୌଣସି କ୍ଷତଚିହ୍ନ ନାହିଁ। ତେଣୁ ବିଷକ୍ରିୟା ଯୋଗୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଶୁକ୍ରବାର ମୃତଦେହ ବ୍ୟବଚ୍ଛେଦ କରାଯିବ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସେ କହିଥିଲେ।
ଜିଲାର ବାମରା, ସମ୍ବଲପୁର ଓ ରେଢାଖୋଲ ବନଖଣ୍ଡରେ ଏକବର୍ଷ ଭିତରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ହାତୀଙ୍କ ମୃତ୍ୟୁ ଘଟିଲାଣି। ମୁଖ୍ୟତଃ ଦାନ୍ତ ପାଇଁ ଶିକାରୀମାନେ ବିଦ୍ୟୁତ୍‌ ତାର ବିଛାଇ, ଗୁଳି କରି ହାତୀ ଶିକାର କରୁଛନ୍ତି। ବିଭାଗୀୟ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟାନୁଷ୍ଠାନ ଭୟରେ ଠିକ୍‌ ସୂଚନା ଦେଉନାହାନ୍ତି। ବରଂ ହାତୀ ମୃତ୍ୟୁ ଖବର ପାଇବା ପରେ ମୃତଦେହକୁ ନିଅଁାରେ ପୋଡି ପ୍ରମାଣ ନଷ୍ଟ କରି ଦିଆଯାଉଛି। ସଦର ରେଞ୍ଜ ମୁଣ୍ଡେର ଜଙ୍ଗଲରେ ଏଭଳି ଏକ ଘଟଣା ଘଟିଥିଲା। ପାଉଁଶ ଓ ହାଡ଼ ସଂଗ୍ରହ କରି ବନ ବିଭାଗ ଯାଞ୍ଚ ପାଇଁ ପଠାଇଛି। ହେଲେ ଏକବର୍ଷ ବିତିଯାଇଥିଲେ ମଧ୍ୟ ରିପୋର୍ଟ ଆସି ପାରି ନାହିଁ। ଗତ ଜୁଲାଇ ୨୪ରେ ଧମା ରେଞ୍ଜ କୋଲଗଁା ନିକଟରୁ ଏସ୍‌ଟିଏଫ୍‌ ଟିମ୍‌ ହାତୀର ହାଡ଼ ଜବତ କରିଥିଲା। ଏହି ଘଟଣା ମଧ୍ୟ ତଦନ୍ତାଧୀନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri