ଜାତୀୟ ସନ୍ତରଣ ପ୍ରତିଯୋଗୀତାରେ ବରଗଡ଼ର ୨ ଦିବ୍ୟାଙ୍ଗଙ୍କୁ ସ୍ଵର୍ଣ୍ଣ ପଦକ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ) : ସପ୍ତମ ଜାତୀୟ ମାଷ୍ଟର ସନ୍ତରଣ ପ୍ରତିଯୋଗିତାରେ ବରଗଡ଼ର ୨ଦିବ୍ୟାଙ୍ଗ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି । ସେମାନେ ହେଲେ, ବରଗଡ଼ ବ୍ଲକ ଅଡଗାଁ ପଞ୍ଚାୟତ ସହରା଼ପାଲି ଆମ୍ବେଦକର ନଗର ନିବାସୀ ତରଣୀ ସୁନା ଓ ବରଗଡ଼ ବାନ୍ଦୁଟିକ୍ରାର ସୁମନ୍ତ ପଧାନ। ତରଣୀ ୧୦୦ ମିଟର ବ୍ୟାକ ଷ୍ଟୋଜରେ ସ୍ବର୍ଣ୍ଣ, ୫୦ମିଟର ବ୍ୟାକ ଷ୍ଟୋଜରେ ସ୍ବର୍ଣ୍ଣ ଓ ଫ୍ରିଷ୍ଟାଇଲ ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଛନ୍ତି। ଅନ୍ୟତମ ଦିବ୍ୟାଙ୍ଗ ସୁମନ୍ତ ପଧାନ ୫୦ମିଟର ବ୍ୟାକଷ୍ଟୋଜ ଓ ଫ୍ରିଷ୍ଟାଇଲ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରି ଏକ ରେକର୍ଡ ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମ ସନ୍ତରଣାଗାରରେ ଅନୁଷ୍ଠିତ ଏହି ଜାତୀୟ ସନ୍ତରଣ ପ୍ରତିଯୋଗିତାରେ ଦେଶର ବହୁରାଜ୍ୟରୁ ବହୁସଂଖ୍ୟକ ସୁଇମରମାନେ ଅଂଶଗ୍ରହଣ କରିଥିଲେ। ସେହିପରି ଆଉ ଜଣେ ଦିବ୍ୟାଙ୍ଗ ସାନ ମେହେର ସୁନ୍ଦରଗଡ଼ ସ୍ପୋର୍ଟସ ହଷ୍ଟେଲ ଗ୍ରାଉଣ୍ଡରେ ଜାତୀୟ ତୀରନ୍ଦାଜ ପ୍ରତିଯୋଗୀତାରେ ମଧ୍ୟ ଅଂଶଗ୍ରହଣ କରି ବରଗଡ ପାଇଁ ଗୌରବ ଆଣିଛନ୍ତି। ଏହି କୃତୀ ପ୍ରତିଯୋଗୀମାନଙ୍କୁ ରବିବାର ବରଗଡ଼ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଥିଲା। ବରଗଡ଼ ବଧିର ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ସାହୁ ଏବଂ ଏଚିଭର୍ସ ହେଲପିଙ୍ଗ ଫାଉଣ୍ଡେସନର ସଭାପତି ଯୁବ ସମାଜସେବୀ ଦିବାକର ମାଝୀ, ବରଗଡ଼ ତଳିପଡ଼ାର କନକ ପ୍ରଧlନଙ୍କ ସମେତ ବିଦ୍ୟାଳୟର କର୍ମଚାରୀ କାମଦେବ ବେହେରା, ବିକାଶ ଷଡ଼ଙ୍ଗୀ , ବିଜୟା ପଧାନ ପ୍ରମୁଖ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ବିଦ୍ୟାଳୟ ଓ ଫାଉଣ୍ଡେସନ ପକ୍ଷରୁ ୩ପ୍ରତିଭାଙ୍କୁ ଫୁଲ, ଚନ୍ଦନ, ପୁଷ୍ପଗୁଛ ଉପାୟନ ପ୍ରଦାନ ସହିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri